Pratidin TV

Odisha's Digital News Platform

ଡାକ୍ତରାଣୀଙ୍କ ବାପାମାଙ୍କୁ ଭୁଲ୍ ମାଗିଲେ ମମତା ବାନାର୍ଜୀ

1 min read

ପୀଡିତଙ୍କ ପରିବାରକୁ ଭୁଲ ମାଗିଲେ ମମତା | ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ସୋସିଆଲ ମିଡ଼ିଆ Xରେ ମମତା ପୀଡ଼ିତାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବା କଥା କହିଛନ୍ତି ଏବଂ ଭୁଲ ମାଗିଛନ୍ତି |

ତୃଣମୂଳ ଛାତ୍ର ପରିଷଦର ସ୍ଥାପନ ଦିବସକୁ ସେ ପୀଡିତାଙ୍କ ପରିବାରକୁ ସମର୍ପିତ କରିଛନ୍ତି। ସେ ଟ୍ବିଟ କରି କହିଛନ୍ତି, ସ୍ଥାପନା ଦିବସକୁ ମୁଁ ମୋର ଭଉଣୀକୁ ସମର୍ପିତ କରୁଛି। ଯିଏ କିଛିଦିନ ପୂର୍ବରୁ ଆରଜି ହସ୍ପିଟାଲ ମାମଲାରେ ଦୁଃଖଦ ମୃତ୍ୟୁ ବରଣ କରିଛନ୍ତି। ଏଥିସହ ମୋର ଭଉଣୀଙ୍କ ପରିବାରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କୁ ଯେଉଁ କ୍ରୁରତାର ସହ ହତ୍ୟା କରାଯାଇଛି ସେଥିପାଇଁ ଅତିଶୀଘ୍ର ନ୍ୟାୟ ମିଳୁ ବୋଲି ଦାବି କରୁଛି।

Advertisement

ଗୋଟେ ପଟେ ବିରୋଧୀ ଦଳ ନେତାମାନେ ମମତାଙ୍କ ଇସ୍ତଫା ଦାବି କରୁଥିବା ବେଳେ , ବିରୋଧୀଙ୍କ ଉପରେ ଗର୍ଜିଛନ୍ତି ମମତା | ଆଉ କହିଛନ୍ତି ମୁଁ ଏପର୍ଯ୍ୟନ୍ତ ଏଭଳି କେନ୍ଦ୍ର ସରକାର ଦେଖିନାହିଁ | ମଣିପୁର ଏବେବି ନ୍ୟାୟ ପାଇଁ ଅପେକ୍ଷା କରିଛି ଯଦି ଆପଣ ଇସ୍ତଫା ମାଗିବାକୁ ଚାହାନ୍ତି ତେବେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ମାଗନ୍ତୁ | କେବଳ ସେତିକି ନୁହେଁ ଏହା ମଧ୍ୟ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦମ ଅଛି ତେବେ ବଲାତ୍କାରୀଙ୍କ ବିରୋଧରେ ଆଇନ ଆଣିବା ଉଚିତ | ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଯେତେ ଅର୍ଥ ପ୍ରଦାନ କଲେ ମଧ୍ୟ ମୋ ବିରୋଧରେ କିଛି ହେବ ନାହିଁ |

ମମତା କହିଛନ୍ତି, ଯଦି ବଙ୍ଗଳାରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଏ ତେବେ ସବୁ ସ୍ଥାନରେ ନିଆଁ ଲାଗିବ। ସେ କହିଛନ୍ତି, ‘କିଛି ଲୋକ ଭାବୁଛନ୍ତି ଯେ ଏହା ବାଂଲାଦେଶ … ମୁଁ ବାଂଲାଦେଶକୁ ପସନ୍ଦ କରେ, ସେଠାରେ ଥିବା ଲୋକମାନେ ଆମ ଭଳି କଥାବାର୍ତ୍ତା କରନ୍ତି। ବାଂଲାଦେଶ ଏବଂ ବଙ୍ଗଳାର ସଂସ୍କୃତି ସମାନ, କିନ୍ତୁ ମନେରଖନ୍ତୁ ଯେ ବାଂଲାଦେଶ ଏକ ଭିନ୍ନ ଦେଶ ଏବଂ ଭାରତ ମଧ୍ୟ ଭିନ୍ନ ଦେଶ। ମୋଦି ବାବୁ, ମନେରଖନ୍ତୁ ଯେ, ଯଦି ତୁମେ ବଙ୍ଗଳାରେ ନିଆଁ ଲଗାଇବ, ଆସାମ, ଉତ୍ତରପ୍ରଦେଶ କିମ୍ବା ଓଡ଼ିଶା ବି ବାଦ୍‌ ପଡ଼ିବ ନାହିଁ। ଏପରିକି ଦିଲ୍ଲୀ ବି ଚୁପ୍‌ ରହିବ ନାହିଁ … ସେମାନେ ତୁମର ଚେୟାର ଦୋହଲାଇଦେବେ।’

Leave a Reply

Your email address will not be published. Required fields are marked *