Pratidin TV

Odisha's Digital News Platform

ତନୟାଙ୍କ କାନ୍ଧରେ ବଡ ଦାୟିତ୍ୱ ; ସଂପାଦକ ଗାଦି ଛାଡିଲେ ସୋମ୍ୟ, ଏଣିକି ସମ୍ଭାଳିବେ ଝିଅ …

1 min read

ଭୁବନେଶ୍ୱର ; ଓଡିଶାର ଲୋକପ୍ରିୟ ସମ୍ଭାଦପତ୍ର ସଂପାଦକ ପଦରୁ ଇସ୍ତଫା ଦେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ସୌମ୍ୟଙ୍କ ସୁପୁତ୍ରୀ ତନୟାଙ୍କୁ ଏହି କାର୍ଯ୍ୟଭାର ଦିଆଯାଇଛି । ତେବେ ଏହି ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଦେଇଛି । ହଠାତ୍ ସୌମ୍ୟଙ୍କ ଏଭଳି ନିଷ୍ପତ୍ତିକୁ ନେଇ ରାଜନୀତି ଠାରୁ ଘରେ ଘରେ ଚର୍ଚ୍ଚା ଜୋର ଚାଲିଛି । କେବଳ ସଂପାଦକ ନୁହେଁ ସେ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫାର କାରଣ ସଂପର୍କରେ କୁହାଯାଇଛି ଯେ, ବ୍ୟକ୍ତିଗତ କାରଣ। ହେଲେ କଣ ବ୍ୟକ୍ତିଗତ କାରଣ ତାହା ଉଲ୍ଲେଖ କରାଯାଇ ନାହିଁ।

ସୂଚନାଯୋଗ୍ୟ ଯେ ଠିକ୍ ୧୪ ଦିନ ପୂର୍ବରୁ ବିଜେଡିରୁ ସୌମ୍ୟଙ୍କୁ ବହିଷ୍କୃତ କରାଯାଇଥିଲା । ସମ୍ବାଦର ଜଣେ ପୂର୍ବତନ କର୍ମଚାରୀଙ୍କ ପୁରୁଣା ଲୋନ୍ ଠକେଇ ଅଭିଯୋଗକୁ ଭିତ୍ତି କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ସମ୍ବାଦ ଉପରେ କ୍ରାଇମବ୍ରାଞ୍ଚ ଋଙଡର ରେଡ୍ ହୋଇଥିଲା । ତାଙ୍କ ବିରୋଧରେ ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ଖ)ରେ ମାମଲା ରୁଜୁ ହୋଇଛି। ଆହୁରି ଅନେକ କର୍ମଚାରୀ ତାଙ୍କ ନାମରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ବ୍ୟାଙ୍କ ସ୍କାମର ମଧ୍ୟ ଅଭିଯୋଗ ରହିଛି। ଜାଲ୍ ଡକ୍ୟୁମେଣ୍ଟ ଦେଇ ୩୦୦ରୁ ଉର୍ଦ୍ଧ୍ଵ କର୍ମଚାରୀଙ୍କ ନାଁରେ ଋଣ ନେଇଥିଲେ ସୋମ୍ୟ । ଏନେଇ ତାଙ୍କୁ ଦଳର ନିୟମ ଅନୁଯାୟୀ ବିଧାୟକ ସୋମ୍ୟରଞ୍ଜନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଆସନ୍ତାକାଲି ସମ୍ବାଦର ୪୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରରେ ଏକ ବଡ କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନୁରାଗ ଠାକୁର ଯୋଗଦେଉଛନ୍ତି। ତା ପୂର୍ବରୁ ସୌମ୍ୟରଂଜନ ଏପରି ନିଷ୍ପତି ସମସ୍ତଙ୍କୁ ଚକିତ କରିଦେଇଛି।

Leave a Reply

Your email address will not be published. Required fields are marked *