Pratidin TV

Odisha's Digital News Platform

ଗଣେଶ ପୂଜା ଉପଲକ୍ଷେ ବିଘ୍ନବିନାୟକଙ୍କ ପାଇଁ ଗୀତ ଗାଇଲେ ସୌମ୍ୟ ରଞ୍ଜନ

1 min read

ଭୁବନେଶ୍ୱର : ଆଉ ଦିନକ ପରେ ଧରାପୃଷ୍ଠକୁ ଆସିବେ ବିଘ୍ନବିନାୟକ । ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇ ଉଠିଛି । ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଯୁଆଡେ ଆଖି ବୁଲାଇବେ ସିଆଡେ ଚିକିମିକି ଲାଇଟ ସାଙ୍ଗକୁ ଗଜାନନଙ୍କ ଆଗମନ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି । ବିଘ୍ନରାଜକୁ ନେଇ ଅନେକ ଭଜନ ଏବଂ ସଙ୍ଗୀତ ରହିଛି । କଥାରେ ଅଛି କଳା କେବେ ଲୁଚେ ନାହିଁ । ଏବଂ ସେ କଳାପ୍ରତିଭାରେ ପରିପୂର୍ଣ୍ଣ ଗୀତିକାର ସୌମ୍ୟ ରଂଜନ ଆଚାର୍ଯ୍ୟ । ସେ ଗଣେଶ ପୂଜା ଉପଲକ୍ଷେ ଗଜାନନଙ୍କ ଉପରେ ଏକ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାର ଗୀତ ଏବଂ ଭିଡିଓଟି ଖୁବ ମନଛୁଆଁ ହୋଇଛି । ଏହି ଗୀତର ନିର୍ଦ୍ଦେଶନା ଏବଂ କଣ୍ଠଦାନ ନିଜେ ସୌମ୍ୟରଞ୍ଜନ କରିଛନ୍ତି । ଏବଂ ଭିଡିଓରେ ମଧ୍ୟ ସୌମ୍ୟଙ୍କ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କ ବ୍ୟତୀତ ଏଥିରେ ଓଡିଶା ନୃତ୍ୟ କରିଛନ୍ତି ବ୍ୟପ୍ତି, ସ୍ମୃତି ଓ ଜୟନ୍ତୀ । ଗୀତଟିକୁ ଲେଖିଛନ୍ତିଗୋପାଳ କୃଷ୍ଣ ଆଚାର୍ଯ୍ୟ । ମୁସିକ ମେଲୋ ପ୍ରଡକ୍ସନ ବ୍ୟାନର ତଳେ ଏହାକୁ ର୍ନିମାଣ କରାଯାଇଛି । ସୂଚନାମୁତାବକ, ସୌମ୍ୟ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ଅଟନ୍ତି । କିନ୍ତୁ ବର୍ତ୍ତମାନ ସେ ଭୁବନେଶ୍ୱରରେ ରହି ଚାକିରୀ କରୁଛନ୍ତି । ପେଶାରେ ସେ ଜଣେ ସରକାରୀ କର୍ମଚାରୀ କିନ୍ତୁ ନିଶା ତାଙ୍କର ଗୀତ ଗାଇବା । ପିଲାଟି ଦିନରୁ ତାଙ୍କୁ ଗୀତ ପ୍ରତି ରୁଚି ରହିଛି । ଗୀତ ଗାଇବା ସହ ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗ ଦେଇଥାନ୍ତି ସୌମ୍ୟ । ତାଙ୍କ ବାପା ଜଣେ ସମାଜସେବୀ ଥିଲେ । ତାଙ୍କ ବାପାଙ୍କ ଠାରୁ ସେ ଏହି ପ୍ରେରଣା ପାଇଛନ୍ତି । ଲୋକଙ୍କ ସେବା କରିବା ସେ ବହୁତ ଭଲ ପାଆନ୍ତି ।

Advertisement

Leave a Reply

Your email address will not be published. Required fields are marked *