Pratidin TV

Odisha's Digital News Platform

ବୁଲେଟରୁ ବିକଟାଳ ଶବ୍ଧ ବାହାରିଲେ ଗାଡି ସହ ମାଲିକକୁ ବାନ୍ଧିନେବ ପୋଲିସ …

ବଲାଙ୍ଗୀର : ବଲାଙ୍ଗୀର ଟାଉନ୍ ଥାନା ପରିସରରେ ଗଦା ଗଦା ବୁଲେଟ୍ ଦେଖିବାକୁ ମିଳିଛି । ଗତକାଲି ୬ଟି ବୁଲେଟ୍ କାବୁ କରି ବଲାଙ୍ଗୀର ପୋଲିସ ୩୧ ହଜାର ଟଙ୍କା ଫାଇନ୍ କାଟିଥିବା ବେଳେ ଆଜି ପୁଣି ୫୦ରୁ ଅଧିକ ବୁଲେଟ୍ ପୋଲିସ୍ ହାତରେ ଧରାପଡ଼ିଛି ।

ଜିଲ୍ଲା ପରିବହନ ବିଭାଗର ମିଳିତ ଉଦ୍ୟମରେ ବଲାଙ୍ଗୀର ପୋଲିସ ପକ୍ଷରୁ ଏହି ଧରପଗଡ଼ ଚାଲିଥିବା କୁହାଯାଇଛି । ତେବେ ଏସଡିପିଓ ତୋଫାନ୍ ବାଗଙ୍କ ସୂଚନା ଅନୁସାରେ ଗତ କ୍ରାଇମ୍ ମିଟିଂରେ ସାଇଲେନ୍ସର ମୋଡ଼ିଫାଏ କରି କର୍କଶ ଆୱାଜରେ ଶବ୍ଦ ପ୍ରଦୂଷଣ କରୁଥିବା ବୁଲେଟ୍ ଗୁଡ଼ିକୁ କାବୁ କରି ସାଇଲେନ୍ସର୍ ବଦଳାଇବା ସହ ସେମାନଙ୍କ ଉପରେ ଆଇନ ଅନୁସାରେ ଫାଇନ୍ କଟାଯିବାକୁ ବଲାଙ୍ଗୀର ଜିଲ୍ଲାର ସମସ୍ତ ଥାନାକୁ ବଲାଙ୍ଗୀର ଏସ୍ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ ରହିଥିଲା । ଏସ୍ପି ଶ୍ରୀ ଖିଲାରୀଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ଠାରୁ ଅଭିଯାନ ଆରମ୍ଭ ହୋଇଛି ।

ଏସଡିପିଓ ଶ୍ରୀ ବାଗ ସୂଚନା ଅନୁସାରେ ସାଇଲେନ୍ସର୍ ମୋଡ଼ିଫାଏ କରି ଶବ୍ଦ ପ୍ରଦୂଷଣ କରୁଥିବା ବୁଲେଟ୍ ଗାଡ଼ିଗୁଡ଼ିକୁ ଧରାଯିବା ସହ ଥାନା ପରିସରରେ ସେହି ବୁଲେଟ୍ ଗୁଡ଼ିକର ସାଇଲେନ୍ସର ପାଇପ୍ ବଦଳାଯିବ ଏବଂ କଟିଥିବା ଫାଇନ୍ ଆଦାୟ ପରେ ଗାଡ଼ି ମାଲିକମାନଙ୍କୁ ବୁଲେଟ୍ ହସ୍ତାନ୍ତର କରାଯିବ । ବଲାଙ୍ଗୀର ପୋଲିସର ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଏସଡିପିଓ ଶ୍ରୀ ବାଗଙ୍କ ସହ ବଲାଙ୍ଗୀର ଟାଉନ୍ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଏବଂ ପରିବହନ ଇନ୍ସପେକ୍ଟର ଯଶୋବନ୍ତ ଚିନ୍ନାରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଅଭିଯାନ ଚାଲିଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *