Pratidin TV

Odisha's Digital News Platform

କ୍ରିକେଟ୍ ଛାଡି ରାଜନୀତି କରିବେ ଗାଙ୍ଗୁଲି: ଟ୍ୱିଟ୍ କରି ଲେଖିଲେ ଏମିତି କିଛି

1 min read

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟର ଦାଦା ଭାବରେ ପରିଚିତ ସୌରଭ ଗାଙ୍ଗୁଲିଙ୍କ ଏକ ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗାଙ୍ଗୁଲି ନିଜ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବା ନେଇ ଟ୍ୱିଟ୍ କରିଥିଲେ । ଗାଙ୍ଗୁଲି ବିସିସିଆଇର ସଭାପତି ପଦରୁ ଓହରି ରାଜନୀତିରେ ପାଦ ରଖିବା ନେଇ ଆକଳନ କରାଯାଉଛି । ତେବେ ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ଗାଙ୍ଗୁଲି ବିସିସିଆଇର ସଭାପତି ରହିଛନ୍ତି ଏବଂ ଏହା ତାଙ୍କର ଇସ୍ତଫା ପତ୍ର ନୁହେଁ ।

ଗାଙ୍ଗୁଲି ସର୍ବଦା ରାଜନୀତି ସହିତ ନିକଟତର ରହିଛନ୍ତି । ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ଗାଙ୍ଗୁଲିଙ୍କୁ ନିଜ ପକ୍ଷକୁ ନେବାପାଇଁ ଉଭୟ ଟିଏମ୍‌ସି ଏବଂ ବିଜେପି ମଧ୍ୟରେ ଜୋରଦାର ଲଢେଇ ଚାଲିଥିଲା । ତେବେ ଗାଙ୍ଗୁଲିଙ୍କ ହୃଦ୍‌ଘାତ କାରଣରୁ ଏହା ସମ୍ଭବ ହୋଇନଥିଲା । ଅନ୍ୟ ପକ୍ଷରେ ପ୍ରିନ୍ସ ଅଫ୍ କୋଲକାତା ଅନେକ ଥର ରାଜନୀତିରେ ତାଙ୍କର ରୁଚି ରହିଥିବା ସ୍ପଷ୍ଟ କରିଛନ୍ତି ।

Advertisement

ଏପରି ପରସ୍ଥିତିରେ ଗାଙ୍ଗୁଲିଙ୍କ ଟ୍ୱିଟ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ୧୯୯୨ରେ କ୍ୟାରିୟର ଆରମ୍ଭ କରିଥିବା ଦାଦା ଲେଖିଛନ୍ତି ଚଳିତ ବର୍ଷ ମୋର କ୍ରିକେଟ୍ ଯାତ୍ରାକୁ ୩୦ ବର୍ଷ ପୁରିବାକୁ ଯାଉଛି । ଏହି ଯାତ୍ରାରେ କ୍ରିକେଟ ମତେ ସବୁକିଛି ପ୍ରଦାନ କରିଛି । ମୋ ଏହି ଯାତ୍ରାରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଆଜି ମୁଁ କିଛି ନୂଆ କରିବାକୁ ଯାଉଛି ଯାହା ଅନେକ ଲୋକଙ୍କ ପାଇଁ ଲାଭଦାୟକ ହେବ । ଜୀବନର ଏହି ଅଧ୍ୟାୟରେ ମଧ୍ୟ ମୁଁ ଆପଣଙ୍କ ସହଯୋଗ ଆଶା କରୁଛି । ଉଲେ୍‌ଲଖଯୋଗ୍ୟ ଯେ, ଗତ ମାସରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ମଧ୍ୟ ଗାଙ୍ଗୁଲିଙ୍କ ରାଜନୀତିରେ ଯୋଗ ଦେବା ପ୍ରସଙ୍ଗ ଜୋର ଧରିଥିଲା ।

Leave a Reply

Your email address will not be published. Required fields are marked *