ପୁଣି ବଢିଲା ସୌରୀନଙ୍କ ଅଢୁଆ ; କଟକ ମହିଳା ଥାନାର ବଡ ପଦକ୍ଷେପ ..
1 min readକଟକ : କଣ୍ଠଶିଳ୍ପୀ ସୌରୀନଭଟ୍ଟଙ୍କ ପାଇଁ ବଢିଲା ଅଡୁଆ । କମିଶନରେଟ୍ ପୋଲିସର ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ପରେ ଏବେ କଟକ ମହିଳା ଥାନା ପୋଲିସର ବଡ ପଦକ୍ଷେପ । ଫ୍ରିଜ ହେବ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ । ସୌରୀନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ ନେଲା ମହିଳା ଥାନା ପୋଲିସ । କଲିକତାର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ପ୍ରିଜ ପାଇଁ ଚିଠି ଲେଖିଲା କଟକ ମହିଳା ଥାନା ପୋଲିସ । କଲିକତାର ବ୍ୟାଙ୍କ ଅଫ୍ ବରୋଦା ଏବଂ କର୍ପୋରେସନ୍ ବ୍ୟାଙ୍କକୁ ଚିଠି ଲେଖିଛି ପୋଲିସ ।
କଟକ ମହିଳା ଥାନାରେ ସୌରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ୟାତନା ଅଭିଯୋଗ ପରେ ଅଢୁଆରେ ପଡିଥିଲେ ସୌରିନ । ମହିଳା ଜଣଙ୍କୁ ସିଙ୍ଗର ବନାଇବାର ଳାଳସା ଦେଖାଇ ଯୌନ ନିର୍ୟାତନା ଦେଇଥିଲେ । ଏହି ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଥିଲେ ସୌରିନ୍ ଭଟ୍ଟ । ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ସୌରିନଙ୍କ ବିରୁଦ୍ଧରେ ପ୍ରମାଣ ମିଳିବାରୁ ତାହା ଖାରଜ୍ ହୋଇଯାଇଥିଲା ।