Pratidin TV

Odisha's Digital News Platform

ଅଭିନେତ୍ରୀ ଟପିଗଲେ ସବୁ ସୀମା , ବିଚ୍ ରାସ୍ତାରେ ଚିରିଦେଲେ ଟ୍ରାଫିକ୍ ପୋଲିସର ପୋଷାକ..

1 min read

ଅଭିନେତ୍ରୀ ଟପିଗଲେ ସବୁ ସୀମା । ବିଚ୍ ରାସ୍ତା ଉପରେ ଟ୍ରାଫିକ୍ ପୋଲିସଙ୍କ ଉପରକୁ ଉଠାଇଲେ ହାତ । ନିଜର ଅଭିନୟ ଜରିଆରେ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରୁଥିବା ଅଭିନେତ୍ରୀ ଆଇନକୁ ଉଲଂଘନ କରୁଛନ୍ତି । ଅଭିନେତ୍ରୀ ହେବାପରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । ଟ୍ରାପିକ୍ ନିୟମ ନମାନି ରାସ୍ତାରେ ଗାଡି ଚଳାଉଛନ୍ତି ଯେତେବେଳେ ଟ୍ରାଫିକ୍ ପୋଲିସ୍ ତାଙ୍କୁ ଏକଥା ବୁଝାଇବାକୁ ଚେଷ୍ଟା କରୁଛି , ସେତେବେଳେ ସେ ଟ୍ରାଫିକ୍ ପୋଲିସ୍ ଉପରେ ଦାଦାଗିରି କରୁଛନ୍ତି । ଏପରିକି ସେ ପୋଲିସ୍ ଉପରେ ହାତ ଉଠାଇ ଡ୍ରେସ ମଧ୍ୟ ଚିରି ଦେଇଛନ୍ତି । ଏ ଅଭିନେତ୍ରୀ କମ୍ ରାସ୍ତାରେ ପାଲଟିଛନ୍ତି ଲେଡି ଗୁଣ୍ଡା ।

ଏ ହେଉଛନ୍ତି ସାଉଥ୍ ହିରୋଇନ୍ ସୌମ୍ୟା ଜାନୁ । ସୂଚନାନୁଯାୟୀ ରାସ୍ତାର ଡାହଣ ପଟରେ ଗାଡି ଚଳାଉଥିବାରୁ ତାଙ୍କୁ ଟ୍ରାଫିକ୍ ପୋଲିସ୍ ଅଟକାଇଥିଲା । ଅନେକ ଲୋକ ଏପରି ଆସୁଛନ୍ତି , ମୋତେ କଣ ପାଇଁ ଅଟକଉଛ କହି ଯୁକ୍ତି କରିଥିଲେ ସୌମ୍ୟା । ଏହି ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ ସେ ପୋଲିସ ଉପରେ ହାତ ଉଠାଇବାକୁ ପଛାଇ ନଥିଲେ । ଏପରିକି ଟ୍ରାଫିକ୍ ପୋଲିସଙ୍କ ସହ ଅସଦାଚରଣ କରି ତାଙ୍କ ଡ୍ରେସ ମଧ୍ୟ ଚିରି ଦେଇଥିଲେ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ସେହି ଭିଡିଓରେ ପୁରା ଘଟଣା କଏଦ ହୋଇଛି ।

Advertisement

ଭିଡିଓରେ ଦେଖିବାକୁ ମିଳିଛି ଡାହାଣ ପଟରେ ଆସୁଥିବାରୁ ଟ୍ରାଫିକ୍ ପୋଲିସ୍ ସୌମ୍ୟାଙ୍କୁ ଅଟକାଇଥିଲା । ଏହା ଦେଖି ଅଭିନେତ୍ରୀ ରାଗି ଯାଇଥିଲେ । ଗାଡ଼ିରୁ ବାହାରି ସେ ଟ୍ରାଫିକ ପୁଲିସଙ୍କ ସହ ଝଗଡ଼ା କରିଥିଲେ । ଭୁଲ ମାନିବା ପରିବର୍ତ୍ତେ ସମସ୍ତେ ଯାଉଛନ୍ତି, ମୁଁ ଗଲେ କ’ଣ ଅସୁବିଧା ହେଲା ବୋଲି ଓଲଟା ଯୁକ୍ତି କରିଥିଲେ । ଟ୍ରାଫିକ ପୁଲିସଙ୍କ ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ଅଭିନେତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ହେଲେ ଅଭିନେତ୍ରୀ କାହା କଥା ନଶୁଣି ଟ୍ରାଫିକ ପୁଲିସଙ୍କ ସହ ଅସଦାଚରଣ କରିଥିଲେ । ଏହି ଆକ୍ରମଣ ପରେ ଟ୍ରାଫିକ ପୋଲିସ୍ ବନଜାରା ହିଲ୍ସ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏବଂ ଆକ୍ରମଣର ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ ପ୍ରମାଣ ଭାବରେ ରେକର୍ଡ ହୋଇଥିବା ଭିଡିଓକୁ ସେ ପୋଲିସକୁ ଦେଇଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *