Pratidin TV

Odisha's Digital News Platform

ନୂଆବର୍ଷରେ ୨ୟ ଟେଷ୍ଟ ଖେଳିବେ ଭାରତ- ଦକ୍ଷିଣ ଆଫ୍ରିକା, ସିରିଜ୍‌ ବରାବର କରିବାନେଇ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ

1 min read

କେପଟାଉନରେ ଆଜି ଦ୍ୱିତୀୟ ପରୀକ୍ଷା। ଚାଲିଛି ଦକ୍ଷିଣ ଆଫ୍ରିକା-ଭାରତ ଭିତରେ ଟେଷ୍ଟ ସିରିଜ୍‌ । ଆଜି ରହିଛି ନିର୍ଣ୍ଣାୟକ ୨ୟ ଟେଷ୍ଟ ମ୍ୟାଚ । ସିରିଜ ବରାବର କରିବାକୁ ଭାରତ ପ୍ରସ୍ତୁତି ରହିଛି । ପୂର୍ବରୁ ଘରୋଇ ଟିମ୍‌ ଦକ୍ଷିଣ ଆଫ୍ରିକା ଏହି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । କେପ୍ ଟାଉନ ନ୍ୟୁଲାଣ୍ଡ୍ ସରେ ଅପରାହ୍ନ ସାଢେ ଗୋଟାଏରେ ଆଜି ଏହି ମ୍ୟାଚ ଖେଳାଯିବ । ଅନ୍ୟପଟେ ଭାରତ ବିପକ୍ଷରେ ନେତୃତ୍ବ ନେବା ସହ ଡିନ୍ ଏଲଗାର୍ ଶେଷ ଟେଷ୍ଟ୍ ଖେଳିବେ।

ସେଞ୍ଚୁରିଅନ୍ ଟେଷ୍ଟରେ ୩ ଦିନ ଭିତରେ ପାଳି ପରାଜୟ ବରଣ କରିଥିବା ରୋହିତ ଶର୍ମାଙ୍କ ଦଳ ଏବେ ଶୃଙ୍ଖଳା ଓ ସମ୍ମାନ ରକ୍ଷା କରିବା ପାଇଁ ଆଜି କେପ୍ ଟାଉନରେ ଭଲ ଖେଳିବା ନେଇ ଆଶା କରାଯାଉଛି । ସେହିପରି ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିବା ନିଶ୍ଚିତ ରହିଛି। ପୂର୍ବରୁ ନ୍ୟୁଲାଣ୍ଡସ ପିଚରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତେଣୁ ଏହି ମ୍ୟାଚ ଜିତିବା ଭାରତ ପାଇଁ ଖୁବ୍‌ ଚ୍ୟାଲେଞ୍ଜ ରହିବ । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ଭାରତ କେବେ ବି ଟେଷ୍ଟ ସିରିଜ୍ ବିଜୟ ହାସଲ କରିନାହିଁ।

Advertisement

Leave a Reply

Your email address will not be published. Required fields are marked *