Pratidin TV

Odisha's Digital News Platform

world cup 2023 ; ଇଣ୍ଡିଆ-ସାଉଥ୍ ଆଫ୍ରିକା ସନଡେ ଫାଇଟ୍ ,ଜାଡେଜାଙ୍କ ଯାଦୁଗରୀ ବୋଲିଂରେ ମୁଣ୍ଡ ନୁଆଁଇଲା ସାଉଥ୍ ଆଫ୍ରିକା ..

କୋଲକାତା ; ସୁପର ସନ୍‌ଡେ ଯାଦୁ ଦେଖାଇଛି ଟିମ୍ ଇଣ୍ଡିଆ । ଘରୋଇ ମାଟିରେ ସାଉଥ୍ ଆଫ୍ରିକାକୁ ଧରାଶାଇ କରିଛି ଭାରତ । ଜାଡେଜାଙ୍କ ଯାଦୁଗରୀ ବୋଲିଂ ଆଗରେ ମୁଣ୍ଡ ନୁଆଁଇଛି ଦକ୍ଷିଣ ଆଫ୍ରିକା ଦଳ । ଗତକାଲି ଟସ୍ ଜିତି ପ୍ରଥମ ବ୍ୟାଟିଂ କରିଥିଲା ଭାରତ । ମାତ୍ର ୫ ଓି୍ୱକେଟ୍ ହରାଇ ୩୨୬ ରନ୍ କରିଥିଲା । ଏହାପରେ ୩୨୭ ରନ୍ ର ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର ୨୭.୧ ଓଭରରେ ସମସ୍ତ ଓି୍ୱକେଟ୍ ହରାଇ ୮୩ ରନ୍ କରିବାରେ ସମର୍ଥ ହୋଇଥିଲା । କ୍ରମାଗତ ଅଷ୍ଟମ ବିଜୟ ସହ ବିଶ୍ୱକପ୍‌ରେ ପଏଣ୍ଟ ଟେବୁଲ୍ ଶୀର୍ଷରେ ରହିଛି ଭାରତ ।

ଭାରତୀୟ ବ୍ୟଟର୍ସଙ୍କ ଯାଦୁ ପରେ ଜାଡେଜା ଦେଖାଇଥିଲେ ନିଜ ବୋଲିଂର କମାଲ୍ । ୯ ଓଭର ବୋଲିଂ କରି ୩୩ ରନ୍ ଦେଇଥିବାବେଳେ ନେଇଥିଲେ ସର୍ବାଧିକ ୫ ଓି୍ୱକଟେ୍ । ସେହିଭଳି ମହମ୍ମଦ ଶାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓି୍ୱକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ୍ ଗୋଟିଏ ସଫଳତା ପାଇଛନ୍ତି ।

Leave a Reply

Your email address will not be published. Required fields are marked *