Pratidin TV

Odisha's Digital News Platform

କୁନୋ ଜାତୀୟ ଉଦ୍ୟାନରେ ପୁଣି ଖୁସି ଖବର, ଜନ୍ମ ନେଲେ ୫ ଚିତା ଶାବକ

1 min read

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର | ଜନ୍ମ ହେଲା ୫ଟି ଚିତା ଶାବକ | ତେବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦକ୍ଷିଣ ଆଫ୍ରିକାରୁ ଆସିଥିଲା ବାଘୁଣୀ ଗାମିନୀ | ସେ ୫ କୁନି ଚିତା ଶାବକ ଜନ୍ମ ଦେଇଛି | ଏହି ଖୁସି ଖବର କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ନିଜ X ରେ ପୋଷ୍ଟ କରି ସୂଚନା ଦେଇଥିଲେ |

ଭୁପେନ୍ଦ୍ର ଯାଦବ ନିଜ X ରେ ୫ଟି ଚିତା ଶାବକଙ୍କ ଭିଡ଼ିଓ ମଧ୍ୟ ସେୟାର କରିଥିଲେ | ଚିତା ସଂଖ୍ୟା କୁନୋ ଜାତୀୟ ଉଦ୍ୟାନରେ ଏହି ୫ ଚିତା ଶାବକଙ୍କୁ ମିଶାଇ ୨୬ ଟି ହୋଇଗଲାଣି | ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ଚିତା ଜ୍ବାଲା ଓ ଆଶା ମଧ୍ୟ ଶାବକ ଜନ୍ମ ଦେଇଥିଲେ । ଗତ ବର୍ଷ ମାର୍ଚ୍ଚରେ ଜ୍ବାଲା ପ୍ରଥମ କରି ୪ ସାବଜ ଜନ୍ମ ଦେଇଥିଲା। ମାତ୍ର ପର୍ଯ୍ୟାୟ କ୍ରମେ ୩ ଶାବକଙ୍କ ମୃତ୍ୟୁ ହୋଇଥିଲା |

Leave a Reply

Your email address will not be published. Required fields are marked *