Pratidin TV

Odisha's Digital News Platform

ଦ୍ରୁତଗତିରେ ଦର୍ଶକଙ୍କ ଭିଡ଼ ଭିତରେ ମାଡି ଆସିଲା ରେସିଂ କାର ଚାଲିଗଲା ୭ ଜଣଙ୍କ ଜୀବନ, ୨୦ ଜଣ ହେଲେ ଆହତ

କାର ରେସିଂ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ | ଏହି କାର ରେସିଂ ଦ୍ୱାରା ଦର୍ଶକଙ୍କ ସହ କିଛି ଦୁର୍ଘଟଣା ହେବା ପ୍ରବଳ ଆଶ୍ଚର୍ଯ୍ୟକର କଥା | ତେବେ ଏପରି କିଛି ଶ୍ରୀଲଙ୍କାରେ ଘଟିଛି | ଟ୍ରକରେ ଚାଲିଥିଲା କାର ରେସିଂ | ଦର୍ଶକଙ୍କ ରତାଳିରେ ଫାଟି ପଡ଼ୁଥିଲା ସମଗ୍ର ଅଞ୍ଚଳ। ମାତ୍ର କିଛି ସମୟ ମଧ୍ୟରେ ଘଟିଗଲା ଅଘଟଣ | ଦ୍ରତଗତିରେ ମାଡି ଆସିଲା ରେସିଂ କାର୍‌ |ଦର୍ଶକଙ୍କ ଉପରେ ଚଢ଼ିଗଲା | ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କ ଜୀବନ | ତେବେ ଏପରି ଘଟଣା ଶ୍ରୀଲଙ୍କାର ଦିୟାତାଲାୱା ସହରରେ ଘଟିଛି |

ଏପ୍ରିଲ ମଧ୍ୟଭାଗରେ ପଡୁଥିବା ଜାତୀୟ ନୂତନ ବର୍ଷର ସମକକ୍ଷ ହେବା ପାଇଁ ଶ୍ରୀଲଙ୍କା ସେନା ଦ୍ୱାରା ଆୟୋଜିତ ହୋଇଥିବା ‘ଫକ୍ସିଲ୍ ସୁପର କ୍ରସ୍ 2024’ ରେସିଂକୁ ଦେଖିବା ପାଇଁ ଏକ ମିଲିୟନରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଶ୍ରୀଲଙ୍କାର କେନ୍ଦ୍ରୀୟ ଉଚ୍ଚଭୂମିରେ ଥିବା ପୂର୍ବତନ ଗ୍ୟାରିସନ୍ ସହର ଦିୟାତାଲାୱା ଠାରେ ଏହି ରେସିଂ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ସମସ୍ତ ରେସର ସାମରିକ ତାଲିମ ନେଉଥିଲେ। ୫ ବର୍ଷ ପରେ ପୁନର୍ବାର ଏହି ରେସିଂ ଅନୁଷ୍ଠିତ ହୋଇଥିଲା, କିନ୍ତୁ ସାଂଘାତିକ ଦୁର୍ଘଟଣା ପରେ ରବିବାର ଏହାକୁ ସ୍ଥଗିତ ରଖାଯାଇଥିଲା। ନୂଆ ବର୍ଷ ପାଇଁ ଛୁଟି ଦିନରେ ଏଠାରେ ଆୟୋଜିତ ହୋଇଥାଏ କାର ରେସିଂ |

ତେବେ ଦିୟାତାଲାୱାରେ ରବିବାର ଶ୍ରୀଲଙ୍କାର ସେଣ୍ଟ୍ରାଲ ହିଲ୍ସରେ ଏକ କାର ରେସିଂ ସମୟରେ ଏକ କାର ଟ୍ରାକରୁ ବାହାରିପଳାଇଥିଲା । ଏହି କାରଣରୁ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଥିଲେ। ପୋଲିସ ମିଡିଆ ମୁଖପାତ୍ର ଡିଜି ନିହାଲ ଥାଲଡୁଆ କହିଛନ୍ତି ଯେ ଏହି ୭ ଜଣ ମୃତକଙ୍କ ମଧ୍ୟରେ ରେସ ମାର୍ଶଲ ଏବଂ ଦର୍ଶକ ଥିଲେ । ଏହି ଦୁର୍ଘଟଣାରେ ଜଣେ ୮ ବର୍ଷର ଶିଶୁ କନ୍ୟାର ମଧ୍ୟ ମୃତ୍ୟୁ ଘଟିଛି। ଏବଂ ୨୦ ଜଣ ହୋଇଛନ୍ତି ଗୁରୁତର। ଏହି ଦୁର୍ଘଟଣା ପରେ ତୁରନ୍ତ ରେସିଂ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *