Pratidin TV

Odisha's Digital News Platform

ଦୁଇଦିନ ପରେ ପାଳନ ହୋଇଥାନ୍ତା ଜନ୍ମଦିନ, ହେଲେ ୨ ଦିନ ପୂର୍ବରୁ ଆଖିବୁଜିଲେ ରାମରଥନମ୍ ସଙ୍କରଣ…

ପୁଣି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଏକ ଦୁଃଖଦ ଖବର । ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ରାମରଥନମ୍‌ଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ଖବର ଶୁଣି ସମଗ୍ର ଚଲଚିତ୍ର ଜଗତ ଶୋକ ପ୍ରକାଶ କରିଛି । ଅଭିନେତାଙ୍କ ବିୟୋଗରେ ଅନେକ ପ୍ରଶଂସକ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ଜୱାର ସୀତାରମଣଙ୍କ ସମ୍ପର୍କୀୟ ଭାଇ ହେଉଛନ୍ତି ରାମରଥନମ୍ । ସେ ମୁଖ୍ୟତଃ ତାମିଲ ଏବଂ ତେଲୁଗୁ ଚଳଚିତ୍ରରେ ତାଙ୍କ ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହା ସହିତ ଚଳଚିତ୍ର ନିର୍ଦ୍ଦେଶକ ଭାବେ ସେ ଅନେକ ଫିଲ୍ମର ନିଦ୍ଦେର୍ଶନା ଭାର ସମ୍ଭାଳିଥିଲେ । ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ମାଉନା ରାଗମରେ ରାମରଥନମ ବରିଷ୍ଠ କଳାକାର ଭାବେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ସେ ପାଖାପାଖି ୩୨ ଟି ଚଳଚ୍ଚିତ୍ରରେ କାମ କରିଥିଲେ । ଶେଷଥର ପାଇଁ ୧୯୯୯ ରେ ନିର୍ଦ୍ଦେଶକ ସୁନ୍ଦର ସି’ର ‘ଅଜଗରସାମି’ରେ ସାଥୀରାଜ ଏବଂ ରୋଜାଙ୍କ ଅଭିନୀତ ନଜର ଆସିଥିଲେ । ତାଙ୍କ ମୃତ୍ୟୁକୁ ନେଇ ଜଣାଶୁଣା ନିର୍ଦ୍ଦେଶକ ଭାରତୀରାଜ ତାଙ୍କ ସୋସିଆଲ୍ ନେଟୱାର୍କିଂ ପେଜ୍ ମାଧ୍ୟମରେ ସମବେଦନା ଜଣାଇ ତାମିଲରେ ଲେଖିଛନ୍ତି, ‘ମୋର ଗୁରୁ, ନିର୍ଦ୍ଦେଶକ ରାମରଥନମ୍ ଶଙ୍କରନ ସାର୍‌ଙ୍କ ଖବର ଶୁଣି ବହୁତ ଦୁଃଖିତ । ତାଙ୍କ ପରିବାରକୁ ମୋର ଗଭୀର ସମବେଦନା ।

Leave a Reply

Your email address will not be published. Required fields are marked *