Pratidin TV

Odisha's Digital News Platform

ଦକ୍ଷିଣ ଓଡିଶା ପୋଲିସର ଭିନ୍ନ ପ୍ରୟାସ : ଜବତ୍ ପରେ ଗଞ୍ଜେଇର କରନ୍ତି ଏପରି ଅବସ୍ଥା ..

1 min read

ଗଞ୍ଜାମ : ପୋଲିସ ବିଭାଗ ଦ୍ୱାରା ଅନେକ ସମୟରେ ବହୁ ପରିମାଣର ଗଂଜେଇ ଜବତ ହୋଇଥାଏ । ଆଉ ଜବତ ଗଂଜେଇ ଗୁଡିକ ବିଭିନ୍ନ ଥାନା ଇଲାକାର ଅନେକ ସ୍ଥାନ ମାଡି ବସିଥାଏ । ତେବେ ସେହି ଜବତ ଗଂଜେଇ ଗୁଡିକୁ ପୋଡି ନଷ୍ଟ କରିବା ପାଇଁ ଗଞ୍ଜାମ ପୋଲିସ ବିଭାଗର କାର୍ଯ୍ୟ ଜାରି ରହିଛି ଏକ ଭିନ୍ନ ପ୍ରୟାସ ।

ସୂଚନାଯୋଗ୍ୟ ଯେ ଶେରଗଡ଼ ଥାନା ଅରଖପଦା ଚିମିନି ଭାଟିରେ ଆଜି ସୁଦ୍ଧା ଲକ୍ଷ୍ୟ ଲକ୍ଷ୍ୟ କିଲୋ ଗଂଜେଇ ପୋଡା ଯାଉଛି । ଆଜି ତିନଟି ଥାନାର ପାଟପୁର, ଶେରଗଡ଼ ଓ ଆସ୍କାରେ ଜବତ ଗଞ୍ଜେଇ ପୋଡି ନଷ୍ଟ କରାଯାଉଛି । ୧୮ଟି କେସରେ ୧୫୮୦ kg ନଷ୍ଟ କରାଯାଇଛି । ତେବେ ଶେରଗଡ଼ ଥାନା ଅରଖପଦା ଗାଁ ର ଖୋଲ ପାହାଡ଼ ନିକଟରେ ଥିବା ଚିମିନି ଭାଟି । ଯେଉଁଠି ଗତ ତିନି ମାସ ହେବ କ୍ରମାଗତ ଭାବେ ଗଞ୍ଜାମ, ବ୍ରହ୍ମପୁର ପୋଲିସ ଜିଲ୍ଲାର ୩୯ ଟି ଥାନା ସମେତ ପ୍ରାୟତ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାର ଥାନା ଗୁଡିକରେ ଜବତ ହେଉଥିବା ଗଂଜେଇ ଗୁଡିକୁ ଏଠି ପୋଡି ନଷ୍ଟ କରାଯାଏ । ତେବେ ଏଭଳି ପଦକ୍ଷେପ ଦକ୍ଷିଣ ଓଡିଶାରେ ପ୍ରଥମ ବୋଲି କୁହାଯାଉଥିବା ବେଳେ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ ରହିବା ପାଇଁ ନବନିଯୁକ୍ତ ଗଞ୍ଜାମ SP ନିବେଦନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *