Pratidin TV

Odisha's Digital News Platform

ସାଉଥ୍ ଷ୍ଟାର ଫାଇଟ୍ ; ଧନୁଷଙ୍କ ଉପରେ ବର୍ଷିଲେ ନୟନତାରା , ଏବେ କୋର୍ଟରେ ଚାଲିବ କେସ୍ ..

1 min read

ପଦାରେ ପଡିଛି ସାଉଥ୍ ସୁପରଷ୍ଟାରଙ୍କ କଳି । ନୟନ ତାରାଙ୍କୁ ୧୦ କୋଟିର ଲିଗଲ ନୋଟିସ୍ ପଠାଇଛନ୍ତି ଧନୁଷ । ଆଉ ନୟନତାରା ମଧ୍ୟ ଏହି ବଡ ଆକ୍ସନର ରିଆକ୍ସନ ଦେଖାଇଛନ୍ତି ।

ଘଟଣାଟି ଏମିତି କି ଦକ୍ଷିଣ ଅଭିନେତ୍ରୀ ନୟନତାରାଙ୍କ ଜୀବନୀ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ‘ନୟନତାରା -ବିୟଣ୍ଡ୍ ଦି ଫେରିଟେଲ ‘ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ଡକ୍ୟୁମେଣ୍ଟାରୀ ରିଲିଜ୍ ହେବା ପରେ ଅଭିନେତ୍ରୀ ନୟନତାରା ଦକ୍ଷିଣ ଅଭିନେତା ଧନୁଷଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଧନୁଷ ନୟନ୍ତରାଙ୍କ ଡକ୍ୟୁମେଣ୍ଟାରୀ ପାଇଁ ତାଙ୍କ ଚଳଚ୍ଚିତ୍ର ନାନୁମ୍ ରୋଜି ଧାନ ରେ ନୟନତାରାଙ୍କ କିଛି କ୍ଲିପିଂ ବ୍ୟବହାର କରିବାକୁ ଅନୁମତି ଦେଇ ନଥିଲେ। ଯାହା ପରେ ଡକ୍ୟୁମେଣ୍ଟାରୀରେ ୩ ସେକେଣ୍ଡ ପଛରେ ଥିବା କ୍ଲିପ୍ ବ୍ୟବହାର କରାଯାଇଥିଲା । ତେବେ ଏହି କ୍ଲିପ୍ ପାଇଁ ମଧ୍ୟ ଧନୁଷ ନୟନତାରାଙ୍କୁ ୧୦ କୋଟି ଟଙ୍କାର ଆଇନଗତ ନୋଟିସ୍ ପଠାଇଛନ୍ତି। ଏହି ଆଇନଗତ ବିଜ୍ଞପ୍ତି ହେତୁ ନୟନତାରା ଧନୁଷଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

Advertisement

ତେବେ ଧନୁଷଙ୍କ ଉପରେ ରାଗିଯାଇ ନୟନତାରା କହିଛନ୍ତି ଯେ ତୁମେ ତୁମ ଭାଇ ଆଉ ବାପାଙ୍କ ପାଇଁ ଇଣ୍ଡଷ୍ଟ୍ରିରେ ତିଷ୍ଟିଛ । କିନ୍ତୁ ଆମ ଭଳି ଲୋକ ନିଜେ କଷ୍ଟ କରି ଏଠାରେ ପହଞ୍ଚିଛୁ । ଆଉ ତିଷ୍ଟି ରହିବା ପାଇଁ ଷ୍ଟ୍ରଗଲ ବି କରିଛୁ ।

ଟ୍ରେଲର ରିଲିଜ୍ ପରେ ହି ନୟନତାରାଙ୍କୁ ନୋଟିସ୍ ମିଳିଥିଲା –
ନୟନତାରାଙ୍କୁ ଏହି ଫିଲ୍ମ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । କିନ୍ତୁ ଫିଲ୍ମର ଟ୍ରେଲର ରିଲିଜ୍ ପରେ ହିଁ ଧନୁଷ ତାଙ୍କୁ ନୋଟିଷ ପଠାଇଥିଲେ । ନୟନତାରା ଏକ ଛୋଟିଆ କ୍ଲିପ୍ ପାଇଁ ୨ ବର୍ଷ ଅପେକ୍ଷା କରିଥିଲେ । ତଥାପି ଧନୁଷ ସେ କ୍ଲିପ ଦେଇନଥିଲେ । ପରେ ନୟନତାରା ଏହାର ଡକ୍ୟୁମେଣ୍ଟାରି ନେଇ ଫିଲ୍ମ ରେ ଏଡିଟ୍ କରିଥିଲେ ।

ଧନୁଷଙ୍କୁ କୋର୍ଟରେ ଜବାବ୍ ଦେବେ ନୟନତାରା –
ଧନୁଷଙ୍କ ଉପରେ ବର୍ଷି ନୟନତାରା କହିଛନ୍ତି ଯେ ସେ ୩ ସେକେଣ୍ଡର ଭିଡିଓ ଯାହା ସବୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ଆଉ ସେ ବିହାଇଣ୍ଡ ସିନ୍ ବା ସୁଟିଂ ସମୟରେ ପଛରୁ ହୋଇଥିବା ସୁଟ୍ ପାଇଁ ତୁମେ ୧୦ କୋଟି ମାଗିବା କେତେ ଯଥାର୍ଥ । ଏଥିରୁ ଆପଣଙ୍କ ଚରିତ୍ର ଠିକ୍ ଜଣାପଡୁଛି ଆପଣ କେମିତି ଲୋକ । ଫ୍ୟାନ୍ସ ମାନଙ୍କୁ ଫିଲ୍ମରେ ଦେଖାଉଥିବା ଚେହେରା କାସ୍ ଆପଣଙ୍କର ସତ ହୋଇଥାନ୍ତା । କିନ୍ତୁ ତାହା ତୁମ ପ୍ରକୃତ ଚେହେରା ନୁହଁ ଯେଉଁଟା ମୁଁ କୋର୍ଟରେ ପର୍ଦାଫାସ କରିବି ।

Leave a Reply

Your email address will not be published. Required fields are marked *