Pratidin TV

Odisha's Digital News Platform

ଆରପାରିରେ ‘ମହେଶଙ୍କ ମାଁ ‘

1 min read

ନୂଆଦିଲ୍ଲୀ : ସାଉଥ୍ ସୁପର ଷ୍ଟାର ମହେଶବାବୁଙ୍କୁ କିଏ ନଜାଣେ । ତାଙ୍କ ଆକ୍ସନ , ଡ୍ରାମା, ଇମୋସନ୍ ରେ ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ମହେଶ । ଆଉ ଏଥିପାଇଁ ସେ ସବୁ ଶ୍ରେୟତାଙ୍କ ମାଁଙ୍କୁ ଦିଅନ୍ତି । ମହେଶ ଥରେ ଏକ ଆୱାର୍ଡରେ କହିଥିଲେ ଆଜି ମୁଁ ଏଇଠି ଯଦି ଥାଏ ତେବେ ମୋ ମାଁଙ୍କ ପାଇଁ ସିଏ ନଥିଲେ ଆଜି ମୁଁ ବି ନଥାନ୍ତି । ମହେଶ ଆଉ ମଧ୍ୟ କହିଥିଲେ ଯେ ଯେତେବେଳେ ବି ସେ ଏକ କଷ୍ଟଦାୟକ ସମୟ କିମ୍ବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସେତେବେଳେ ସିଧା ମାଙ୍କ ପାଖକୁ ଯାଇ ବସି ସବୁକଥା କହିଦିଅନ୍ତି ତାସହ ମା ଓ ପୁଅ ଦୁହେଁ ମିଶିୁ କଫି ଫିଇଥାଉ । ଆଉ ମୋ ସବୁ ସମସ୍ୟା ସେଇଠି ହିଁ ଦୂର ହୋଇଗଲା ପରି ଲାଗିଥାଏ । ତେବେ ନିଜ ମାଁଙ୍କୁ ଏତେ ଭଲପାଆନ୍ତି ମହେଶ ତାଙ୍କ ବିନା କେବେ ବଞ୍ଚିବା ଚିନ୍ତା କରିନଥିବା ଏହି କଳାକାର ଜଣଙ୍କ ଉପରେ ମାଡି ଆସିଛି ଅନ୍ଧକାରର ବାଦଲ । ମହେଶଙ୍କ ମୁଣ୍ଡ ଉପରୁ ଉଠିଯାଇଛି ମାଙ୍କ ହାତ । ସୂଚନା ଅନୁଯାୟୀ ଆଜି ସକାଳ ୪ ଟା ସମୟରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମହେଶଙ୍କ ମାଁ ଇନ୍ଦିରା ଦେବୀ ।

କିଛି ମାସ ଧରି ଅସୁସ୍ଥ ଥିବା ସୁପରଷ୍ଟାର ମହେଶ ବାବୁଙ୍କ ମା ଇନ୍ଦିରା ଦେବୀ ସେପ୍ଟେମ୍ବର ୨୮ରେ ହାଇଦ୍ରାବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଦୁଃଖଦ ଘଟଣା ସମ୍ପର୍କରେ ମହେଶ ବାବୁଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି। ଏହି କଷ୍ଟ ସମୟରେ ସେ ତାଙ୍କୁ ଦୃଢ ରହିବାକୁ କହିଛନ୍ତି। ପ୍ରଶଂସକଙ୍କ ବ୍ୟତୀତ ଦକ୍ଷିଣ ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ ଟ୍ୱିଟ୍ କରି ମହେଶ ବାବୁଙ୍କ ମା’ଙ୍କ ମୃତ୍ୟୁକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Advertisement

ଖବର ଅନୁଯାୟୀ, ଇନ୍ଦିରା ଦେବୀଙ୍କ ମୃତଦେହକୁ ପଦ୍ମଲାୟା ଷ୍ଟୁଡିଓରେ ରଖାଯାଇଛି। ତାଙ୍କ ଶରୀରକୁ ଶେଷ ଦର୍ଶନ ପାଇଁ ରାତି ୯ ଟାରୁ ୧୨ଟା ପର‌୍ୟ୍ୟନ୍ତ ରଖାଯିବ । ତାଙ୍କର ଶେଷ ରୀତିନୀତି ମହାପ୍ରସାଦରେ ଅନୁଷ୍ଠିତ ହେବ । ମହେଶ ବାବୁଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସମବେଦନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *