Pratidin TV

Odisha's Digital News Platform

ରାସ୍ତାକଡରେ ବିରିୟାନୀ ରାନ୍ଧିଲେ ସାଉଥ ସୁପରଷ୍ଟାର୍‌ ଅଜିତ କୁମାର…..ଭିଡ଼ିଓ ହେଲା ଭାଇରାଲ

1 min read

ସୁପରଷ୍ଟାରଙ୍କ ହାତରେ ନଜର ଆସିଲା ଚଟୁ | ରୋଡ଼ ସାଇଡ଼ରେ ତିଆରି କଲେ ବିରିୟାନୀ | ଅଭିନେତାଙ୍କ ହାତରୁ ସମସ୍ତେ ଖାଇଲେ ବିରିୟାନୀ | ତାମିଲ ଅଭିନେତାଙ୍କ ନୂଆ ଲୁକ ଦେଖି ଫ୍ୟାନ୍ସ ହେଲେ ଫିଦା | ତେବେ ଭାଇରାଲ ହୋଇଥିଲା ଏହାର ଭିଡ଼ିଓ | ବିରିୟାନୀ ବିକୁଥିବା ଲୋକ କୌଣସି ଠେଲା ବେପାରୀ ନୁହନ୍ତି | ଇଏ ହେଉଛନ୍ତି ସାଉଥର ସୁପରଷ୍ଟାର |

ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା ହାତରେ ଧରିଛନ୍ତି ଚଟୁ ଏବଂ ହଣ୍ଡା ଧରି କରୁଛନ୍ତି ରୋଷେଇ | ଝାଳନାଳ ହୋଇ ସମସ୍ତଙ୍କ ପାଇଁ ତିଆରି କରୁଥିଲେ ବିରିୟାନୀ | ତେବେ ଏହା କୌଣସି ଫିଲ୍ମର ସୁଟିଂ ନୁହେଁ | ସତରେ ସେ ସମସ୍ତଙ୍କ ପାଇଁ ତଂଗୀରି କରୁଛନ୍ତ୍ତି ସୁସ୍ୱାଦୁ ବିରିୟାନୀ | ତେବେ ଏହି ଭାଇରାଲ ହୋଇଥିବା ଭିଡ଼ିଓଟି ସାଉଥ ସୁପରଷ୍ଟାର ଅଜିତ କୁମାରଙ୍କର | ଅଭିନୟରେ ଟ୍ୟାଲେଣ୍ଟ ଦେଖାଇଥିବା ଅଭିନେତା ଅଜିତ ଏବେ ତାଙ୍କର ରୋଷେଇର ଟ୍ୟାଲେଣ୍ଟ ଦେଖାଇଛନ୍ତି | କେବଳ ରୋଷେଇ କରିନାହାନ୍ତି ସେ ନିଜ ହାତରେ ସମସ୍ତଙ୍କୁ ବଢ଼ିକି ମଧ୍ୟ ଦେଇଛନ୍ତି |

Advertisement

ତେବେ ଏହି ଭିଡ଼ିଓରେ ତାଙ୍କର ନୂଆ ଲୁକ ଦେଖି ସବୁ ଫ୍ୟାନ୍ସ ଫିଦା ହୋଇଯାଇଛନ୍ତି | ଅଭିନେତା ଅଜିତ କୁମାରଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି | ଅଭିନେତା କଳା ରଙ୍ଗର ଜ୍ୟାକେଟ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା | ରାସ୍ତା କଡ଼ରେ ମାଷ୍ଟରସେଫ ସାଜି ବିରିୟାନୀ କରୁଛନ୍ତି ଅଭିନେତା | ସେ ଏକ ରୋଡ଼ ଟ୍ରିପରେ ବାହାରିଥିବା ବେଳେ ଆରମ କରିବା ପାଇଁ ମଧ୍ୟପ୍ରଦେଶରେ ଅଟକିଥିଲେ | ସେହି ସମୟରେ ସେ ସମସ୍ତଙ୍କ ପାଇଁ ବିରିୟାନୀ ପ୍ରସ୍ତୁତ କରିଥିଲେ | ଯାହାର ଭିଡ଼ିଓ ହୋଇଥିଲା |

ତେବେ ଏହି ୫୨ ବର୍ଷୀୟ ଅଭିନେତାଙ୍କ ଏହି ନୂଆ ଲୁକ ପ୍ରଶଂସକଙ୍କୁ ପାଗଳ କରିଥିଲା | ଭାଇରାଲ ଭିଡ଼ିଓରେ ବହୁ ୟୁଜର୍ସ କମେଣ୍ଟ କରି ପ୍ରଶଂସା କରିଛନ୍ତି | କେତେକ ଉପଭୋକ୍ତା କହିଥିଲେ ହେରୋ ହେବ ତ ଏମିତି ଏତେ କିଛି ଥାଇ ମଧ୍ୟ ଗର୍ବ ନାହିଁ |

Leave a Reply

Your email address will not be published. Required fields are marked *