ମୁଁ ତିରୁପତିରେ ବିବାହ କରିବି – ସାଉଥ୍ ସୁପରଷ୍ଟାର ପ୍ରଭାସ
1 min readମୁମ୍ବାଇ : ସାଉଥ୍ ଇଣ୍ଡିଷ୍ଟ୍ରିର ମୋଷ୍ଟ ଏଲିଜିବଲ୍ ବ୍ୟାଚଲର ସୁପରଷ୍ଟାର ପ୍ରଭାସଙ୍କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତି ମିଷ୍ଟର ସିଙ୍ଗଲ ପ୍ରଭାସ । ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ଭିତରେ ଏକ୍ସସାଇଟ୍ମେଣ୍ଟ ବଢିଯାଇଛି ।
ଖବର ଅନୁଯାୟୀ ଜୁନ୍ ୬ ରେ ତିରୁପତିରେ ପ୍ରଭାସଙ୍କ ଆସିପୁରୁଷ ଫିଲ୍ମର ଟ୍ରେଲର ଲଞ୍ଚ କରାଯାଇଛି । ଯେଉଁଥିôରେ ପ୍ରଥମଥର ନିଜ ରିଲେଶନସିପ୍କୁ ନେଇ ମୁହଁ ଖୋଲିଛନ୍ତି ପ୍ରଭାସ । ଟ୍ରେଲର ଲଞ୍ଚ ସମୟରେ ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ବିବାହ ବିଷୟରେ ଯେତେବେଳେ ପଚାରିଥିଲେ । ସେତେବେଳେ ପ୍ରଭାସ ଟିକେ ହସି ଉତ୍ତର ଦେଇଥିଲେ ଯେ , ଯଦି ସେ ବିବାହ କରିବେ ତେବେ ତିରୁପତିରେ ହିଁ କରିବେ କାରଣ ଏ ସ୍ଥାନ ତାଙ୍କୁ ବୋହୁତ ପସନ୍ଦ । କିନ୍ତୁ ସେ ବିବାହ କେବେ ଓ କାହାକୁ କରିବେ ଏନେଇ କିଛି ଉତ୍ତର ରଖିନଥିଲେ । ଏସବୁ ଶୁଣିବା ପରେ ପ୍ରଭାସଙ୍କୁ ବର ବେଶରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍କଠାର ସହ ଚାହିଁ ରହିଛନ୍ତି ।
ଅନ୍ୟପଟେ ବିଗତ କିଛି ମାସ ଧରି ପ୍ରଭାସଙ୍କ ସହ ବଲିଉଡ୍ ଅଭିନେତ୍ରୀ କ୍ରିତି ସେନନ୍ ରିଲେଶନର ଚର୍ଚ୍ଚା ସବୁଠି ଜୋର ଧରୁଛି । ତେବେ ଆଦିପୁରୁଷରେ କ୍ରିତି ପ୍ରଭାସଙ୍କ ଅପଜିଟ୍ରେ ମାଁ ସୀତାଙ୍କ ଭୂମିକାରେ ନଜର ଆସୁଥିବା ବେଳେ ଦୁହିଁଙ୍କ ନାଁରେ ଚାଲୁଥିବା ଏହି ଗସିବ୍କୁ ପ୍ରଶଂସକ ସତରେ ଦେଖିବାକୁ ଚାହୁଛନ୍ତି । ତେବେ ଜୁନ୍ ୧୬ ରେ ବଡ ପରଦାରେ ଆସୁଛି ପ୍ରଭାସ କ୍ରିତିଙ୍କ ଫିଲ୍ମ ଆଦିପୁରୁଷ । ଯାହାକୁ ନେଇ ଦୁହିଁଙ୍କ ପ୍ରଶଂସକ ବେସ୍ ଏକ୍ସସାଇଟେଡ୍ ଥିବା ଜଣାପଡିଛି ।