Pratidin TV

Odisha's Digital News Platform

ଏଯାଏଁ ସିଙ୍ଗିଲ୍ ଅଛନ୍ତି ପ୍ରଭାସ , ରିଜେକ୍ଟ କଲେନି ୬୦୦୦ ବିବାହ ପ୍ରସ୍ତାବ

1 min read

ନୂଆଦିଲ୍ଲୀ : ଶୁଣିବାକୁ ମିଳୁଛି ଯେ ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ପଦ ଅନୁସରଣ କରୁଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ । କାରଣ ସିଙ୍ଗଲ ଲାଇଫ୍ ହିଁ ସବୁଠୁ ବିନଦାସ୍ , ଖୁସିମାଜର ଜୀବନ ବୋଲି ଭାବୁଛନ୍ତି ଏହି ଦୁଇ ନାମି କଳାକାର । ଜଣେ ବଲିଉଡ୍‌ର ଭାଇଜାନ ବେଳେ ଅନ୍ୟଜଣେ ସାଉଥ୍‌ର ସୁପରଷ୍ଟାର ବାହୁବଳି । ଭାଇଜାନଙ୍କ ସିଙ୍ଗିଲ ରହିବା ରାଜତ ଆମ ସଭିଙ୍କୁ ଜଣା । କିନ୍ତୁ ଏହି ହ୍ୟାଡ୍‌ସମ୍‌ହଙ୍କ ସିଙ୍ଗିଲ ରହିବା ପଛର କାରଣ କଣ ? ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଭାସ ସାଉଥ୍ କୁଇନ ବା ବାହୁବଳିର ଦେବସେନା(ଅନୁଷ୍କା )ଙ୍କୁ ଡେଟ୍ କରୁଥିବା ଖବର ଶୁଣିବାକୁ ମିଳିଥିଲା ।

ନିକଟରେ ଦୁହିଁଙ୍କୁ ପ୍ରାୟ ଏକାସାଙ୍ଗରେ ଦେଖିବାକୁ ମିଳିଥିବା ବେଳେ । ଦୁହେଁକିନ୍ତୁ ଦୁହିଁଙ୍କର ଭଲ ସାଙ୍ଗ ବୋଲି କହିଥିଲେ । କିନ୍ତୁ ତାଙ୍କ ପ୍ରଶଂସକମାନଙ୍କୁ ତ ଦୁହିଁଙ୍କ କେମେଷ୍ଟ୍ରି ଖୁବ୍ ପସନ୍ଦ ଆସୁଛି । ପ୍ରସଂଶକମାନେ କିନ୍ତୁ ଦୁହିଁକୁ ଏକତ୍ର ଦେଖିବାକୁ ଚାହୁଛନ୍ତି । ତେବେ ଅନୁଷ୍କା ଏବଂ ପ୍ରଭାସ ଦୁହେଁ କେହିବି ଏଯାଏ ବିବାହ କରିନାହାନ୍ତି । ଏବେ ଏହାକୁ ନେଇ ଗୁଜବ ଉଠାଇଛନ୍ତି ପ୍ରଶଂସକ । ଶୁଣିବାକୁ ମିଳୁଛି ଯେ ଦୁହେଁ ଦୁହିଁଙ୍କଜ ପାଇଁ ସିଙ୍ଗିଲ ଅଛନ୍ତି । କିନ୍ତୁ ନିଜ ନିଜକୁ ଗୁଡ୍ ଫ୍ରେଣ୍ଡ ବୋଲି କହୁଛନ୍ତି । ତେବେ ଦେଖାଯାଉ ଦୁହିଁଙ୍କ ଫେଣ୍ଡସିପ୍ ଡଙ୍ଗା କେଉଁ କୂଳରେ ପ୍ରେମରେ ପରିଣତ ହେଉଛି ।

Advertisement


ପ୍ରଭାସଙ୍କ ବିଷୟରେ ଆଉ ଏକ କଥା ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ।
ଅଭିନେତା ପ୍ରଭାସ ୪୩ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଭାସଙ୍କ ଆକ୍ସନ୍ ଏବଂ ରୋମାନ୍ସ ସମସ୍ତଙ୍କ ହୃଦୟ ଜିତିଛି । ଛୋଟରୁ ବଡ ଯାଏଁ ସବୁ ତାଙ୍କ ଫ୍ୟାନ୍ସ । ପ୍ରଭାସ ରିଅଲ ଲାଇଫ୍ରେ ବହୁତ ଲାଜୁଆ । କାହିଁକି ନା ସେ ଅଭିନେତା ହେବାକୁ କେବେ ଇଚ୍ଛା କରିନଥିଲେ । ଚଳଚ୍ଚିତ୍ରକୁ ଆସିବା ପଛରେ ତାଙ୍କର ଏକ କାହାଣୀ ମଧ୍ୟ ଅଛି ।

ବାସ୍ତବରେ, ଆପଣ ଏହା ମଧ୍ୟ ଜାଣି ଆଶ୍ଚର‌୍ୟ୍ୟ ହେବେ ଯିଏ ନିଜର ଦମଦାର ସ୍ୱର ଏବଂ ସୁନ୍ଦର ଅଭିନୟ ପାଇଁ ଦର୍ଶକ ହୃଦୟ ଜିତିଥିଲେ । ସେ କେବେ ବି ହିରୋ ହେବା ପାଇଁ ଚାହୁଁ ନଥିଲେ ।

ପ୍ରଭାସଙ୍କ ପରିବାରର ସିନେମା ବ୍ୟାକ୍ଗ୍ରାଉଣ୍ଡରୁ ଆସିଛି । ଏହି କାରଣରୁ ସେ କେବେ ଅଭିନେତା ହେବାକୁ ଚାହୁଁନଥିଲେ । ପ୍ରଭାସ ଖାଇବା ପିଇବାକୁ ଖୁବ୍ ପସନ୍ଦ କରନ୍ତି । ଏଥିପାଇଁ ସେ ହୋଟେଲ୍ ବ୍ୟବସାୟ କରିବାକୁ ଇଚ୍ଛା ରଖିଥିଲେ । ହେଲେ ପ୍ରଭାସଙ୍କ ଦାଦା ଏକ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ ଏବଂ ସେହି ଚଳଚ୍ଚିତ୍ରର କାହାଣୀର ହିରୋ ପ୍ରଭାସଙ୍କ ପ୍ରକୃତ ଜୀବନ ଚରିତ୍ର ସହିତ ସମାନ ଥିଲା । ଏଭଳି ପରିସ୍ଥିତିରେ ତାଙ୍କ ଦାଦା ପ୍ରଭାସଙ୍କୁ ଫିଲ୍ମ ପାଇଁ ପ୍ରବର୍ତ୍ତାଇଥିଲେ ।

ସେହି ସମୟରେ ପ୍ରଭାସ ଅଭିନେତା ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲା । ପ୍ରଭାସ ୨୦୦୦ମସିହାରେ ‘ଇଶ୍ୱର’ ଚଳଚ୍ଚିତ୍ର ସହିତ ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ଅଧିକ ଚାଲିନଥିଲା ୨୦୦୪ ମସିହାରେ ରିଲିଜ୍ ହୋଇଥିବା ବର୍ଷମରୁ ପ୍ରଭାସଙ୍କୁ ପରିଚୟ ମିଳିଥିଲା । ତାଙ୍କ କ୍ୟାରିୟରରେ ଏକ ନିରଂଜନ’,’ମୁନ୍ନା’, ‘ବିଲ୍ଲା’ ଏବଂ ‘ଯୋଗୀ’ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । କିନ୍ତୁ ‘ବାହୁବଲୀ’ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *