Pratidin TV

Odisha's Digital News Platform

ରାତି ଅଧରେ ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

1 min read

ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ | ଗତକାଲି ବିଳମ୍ବିତ ରାତିରେ ପେଟରେ ଯନ୍ତ୍ରଣା ହେବା ଯୋଗୁଁ ରଜନୀକାନ୍ତଙ୍କୁ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି | ଚେନ୍ନାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ତାଙ୍କର ହାର୍ଟ ସର୍ଜରୀ ହେବ ବୋଲି ଜଣାପଡିଛି | ଏହାପୂର୍ବରୁ ମଧ୍ୟ ତାଙ୍କର କିଛି ଶାରୀରିକ ସମସ୍ୟା ଥିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

ହାଇ ବ୍ଲଡ଼ ପ୍ରେସର, ହାଲିଆ ଲାଗିବ ଲକ୍ଷଣ ଦେଖାଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅନେକ ଦିନ ଧରି ଚିକିତ୍ସା କରାଯାଉଥିଲା | ପରେ ବ୍ଲଡ଼ ପ୍ରେସର ବାଲାନ୍ସ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା | କିନ୍ତୁ ଗତକାଲି ରାତିରେ ତାଙ୍କର ପେଟ ଯନ୍ତ୍ରଣା ହୋଇଥିଲା | ଆଉ ଏବେ ସେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ତେବେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭଗବାନ ଭାବନ୍ତି ତାଙ୍କ ଫ୍ୟାନ୍ସ | କିନ୍ତୁ ବର୍ତ୍ତମାନ ତାଙ୍କ ଅସୁସ୍ଥ ଖବର ଆସିବା ପରେ ସଇସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କୁ ଭଲ ପାଉଥିବା ଅନେକ ଫ୍ୟାନ୍ସ |

Advertisement

Leave a Reply

Your email address will not be published. Required fields are marked *