Pratidin TV

Odisha's Digital News Platform

ବିଦେଶ ମାଟିରେ ଇତିହାସ ରଚିଲେ ରାମ ଚରଣ..

ବିଦେଶ ମାଟିରେ ଇତିହାସ ରଚିଲେ ରାମ ଚରଣ ।ଦକ୍ଷିଣ ଭାରତୀୟ ସୁପରଷ୍ଟାର ରାମ ଚରଣଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ସଫଳତା।  ମେଲବର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଏମ)ରେ ରାମ ଚରଣଙ୍କୁ ଭାରତୀୟ କଳା ଓ ସଂସ୍କୃତିର ରାଷ୍ଟ୍ରଦୂତ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରଥମ ଭାରତୀୟ ଭାବେ ସେ ଏହି ପ୍ରତିଷ୍ଠିତ ସମ୍ମାନରେ ସମ୍ମାନିିତ ହେବେ। ଆଇଏଫଏଫଏମ ଭିକ୍ଟୋରିଆନ୍ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ଆନୁଷ୍ଠାନିକ ଚଳଚ୍ଚିତ୍ର ମହୋତ୍ସବ।

ଚଳିତ ବର୍ଷ ଏହା ଅଗଷ୍ଟ ୧୫ରୁ ୨୪ ପର୍ଯ୍ୟନ୍ତ ଚାଲିବ। ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ମେଲବୋର୍ଣ୍ଣ(ଆଇଏଫଏଫଏମ) ଏଥର ରାମ ଚରଣଙ୍କୁ ରାଷ୍ଟ୍ରଦୂତ ଅତିଥି ଘୋଷଣା କରିଛି। ଏଥିସହ ଭାରତୀୟ ସିନେମାରେ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନେତାଙ୍କୁ ଭାରତୀୟ କଳା ଓ ସଂସ୍କୃତିର ରାଷ୍ଟ୍ରଦୂତ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ ସିନେମାର ପ୍ରଥମ ଅଭିନେତା ଭାବେ ସେ ଏହି ସମ୍ମାନ ପାଇ​ବେ​‌।

Leave a Reply

Your email address will not be published. Required fields are marked *