Pratidin TV

Odisha's Digital News Platform

ବିବାହର ୧୧ ବର୍ଷପରେ ବାପା ହେଲେ ରାମଚରଣ , ଘରକୁ ଆସିଲେ ଲକ୍ଷ୍ମୀ ..

ହାଇଦ୍ରାବାଦ୍ : ସାଉଥ୍‌ସୁପରଷ୍ଟାର ରାମଚରଣଙ୍କ ଘରକୁ ଆସିଲେ ଲକ୍ଷ୍ମୀ । ପତ୍ନୀ ଉପାସନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏହି ଖବରଟି ହାଇଦ୍ରାବାଦ୍ ଆପୋଲ ହସ୍ପିଟାଲ ତରଫରୁ କନଫର୍ମ କରାଯାଇଛି । ଉଭୟ ମା ଏବଂ ଛୁଆ ସୁସ୍ଥ ଥିବା ମଧ୍ୟ ମେଡିକାଲ ତରଫରୁ ଜଣାଯାଇଛି ।

ସୂଚନାଯୋଗ୍ୟ ଯେ ୧୪ ଜୁନ୍ ୨୦୧୨ ରେ ରାମଚରଣ ଓ ଉପାସନା ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ବିବାହର ୧୧ ବର୍ଷପରେ ଉଭୟଙ୍କର ଏହା ପ୍ରଥମ ସନ୍ତାନ । ତେବେ ଏଭଳି ଏକ ଖୁସି ଖବର ସାମ୍ନାକୁ ଆସିବା ପରେ ରାମଚରଙ୍କ ପରିବାରକୁ ଛୁଟିଛି ଶୁବେଚ୍ଛାର ସୁଅ । ଅଭିନେତା ଅଭିନେତ୍ରୀମାନଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ପ୍ରଶଂସକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୁଇ ଜଣଙ୍କୁ ଶୁବେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *