Pratidin TV

Odisha's Digital News Platform

ଅଜଣା ରୋଗର ଶୀକାର ହେଲେ ସୁପରଷ୍ଟାର ପ୍ରଭାସ : ବନ୍ଦ ହେଲା ସୁଟିଂ , ଗଲେ ବିଦେଶ ..

ହାଇଦ୍ରାବାଦ୍ : ପ୍ରଭାସଙ୍କ ଫ୍ୟନ୍ସଙ୍କ ଚିକିତ୍ସା ଲାଗି ବିଦେଶ ଗଲେ ପ୍ରଭାସ । ସାଉଥ ସୁପରଷ୍ଟାର ଅଟକିଲା ସୁଟିଂ । ପ୍ରଭାସଙ୍କ ଆଗାମୀ ଫିଲ୍ମ ପାଇଁ ତାଙ୍କ ପ୍ରଶଂସକଙ୍କୁ ଅପେକ୍ଷା କରିବାକୁ ପଡିବ । କାରଣ ତାଙ୍କ ଚିକିତ୍ସା ପାଇଁ ସେ ବିଦେଶକୁ ଯାଇଛନ୍ତି । ପ୍ରଭାସ ନିଜର ଆଗାମୀ ୩ଟି ଫିଲ୍ମ ‘ଆଦିପୁରୁଷ’, ‘ସାଲାର’ ଏବଂ ‘ପ୍ରୋଜେକ୍ଟ କେ’ ସହିତ ପ୍ରଶଂସକଙ୍କ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ପ୍ରଭାସଙ୍କ ପ୍ରଶଂସକ ଏହି ସିନେମାକୁ ବହୁତ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଏବେ ସେମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଶରୀରର ତାପମାତ୍ରା ବଢ଼ିବା ପରେ ପ୍ରଭାସ ତାଙ୍କ ଫିଲ୍ମ ସୁଟିଂକୁ ବାତିଲ କରିଛନ୍ତି । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିବା ସହ ପରବର୍ତୀ ଚିକିତ୍ସା ପାଇଁ ସେ ବିଦେଶ ଯାଇଥିବା କୁହାଯାଉଛି । ପ୍ରଭାସ ଯେଉଁ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ତା’ଉପରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ ।

ଅଭିନେତା ଏକାଧିକ ପ୍ରୋଜେକ୍ଟରେ ଲଗାଦାର କାର୍ଯ୍ୟ କରିଆସୁଛନ୍ତି ଏବଂ ଦୀର୍ଘ ସମୟ ଧରି ବିରତି ନେଇ ନାହାଁନ୍ତି । ଏହି କାରଣରୁ ପ୍ରଭାସଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା କୁହାଯାଉଛି । ସେ କେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେଟକୁ ଫେରିବେ ସେହି ଦିନକୁ ଅପେକ୍ଷା କରିଛନ୍ତି ପ୍ରଭାସଙ୍କ ପ୍ରଶଂସକ । ଜୁନ୍ ୧୬ରେ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେବାକୁ ଥିବା ବେଳେ ପ୍ରଭାସଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଏଥିରେ ବିଳମ୍ବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ‘ସାଲାର’ ଏବଂ ‘ପ୍ରୋଜେକ୍ଟ କେ’ର ସୁଟିଂ ଜାରି ରହିଥିବା ବେଳେ ଏହି ୨ଟି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୁଂଚିପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *