Pratidin TV

Odisha's Digital News Platform

ପୁଣି କଟକ ଫେରିଲେ SP ପ୍ରତୀକ ସିଂ, ମନରେ କୋହକୁ ଚାପି ହସି ହସି ନେଲେ ଦାୟିତ୍ୱ ।

1 min read

ପୁଣି କଟକ ଫେରିଲେ SP ପ୍ରତୀକ ସିଂ । ମନରେ କୋହକୁ ଚାପି କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏସପି । ଭୁବନେଶ୍ୱରରେ ଦୀର୍ଘ ଦିନ ଡିସିପି ଭାବେ ନିଜ ଦାୟିତ୍ୱ ନେବା ପରେବି ହଠାତ୍ ଏଭଳି ପରିବର୍ତ୍ତନକୁ ଗ୍ରହଣ କରିପାରିନାହାନ୍ତି ପ୍ରତୀକ ସିଂ । ଭରତପୁର ଘଟଣାରେ ଡିସିପିକୁ ନେଇ ବଡ ସମାଲୋଚନା ହେବା ପରେ ସରକାର ତାଙ୍କୁ କଟକ ଗ୍ରାମାଞ୍ଚଳକୁ ଏସପି ଭାବେ ବଦଳି କରାଇଛନ୍ତି । କିନ୍ତୁ ଏଭଳି ଡିମୋସନ୍‌କୁ ଶୀଘ୍ର ଗ୍ରହଣ କରିପାରିନାହନ୍ତି ପ୍ରତୀକ ସିଂ । ମନରେ ଅନେକ କୋହକୁ ଚାପି ଧରି ମୁହଁରେ ମିଛ ହସ ଫୁଟାଇ ନିଜ ଦାୟିତ୍ୱକୁ ଗ୍ରହଣ କରିନେଇଛନ୍ତି ।

ପ୍ରତୀକ୍ ପୂର୍ବରୁ କଟକର ଡ଼ିସିପି ଭାବେ କାର୍ଯ୍ୟ କରି ସାରିଥିବା ବେଳେ ଏବେ ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରୁଥିଲେ । ସେ କମିଶନରେଟ ପୋଲିସରେ କଟକ ଡ଼ିସିପି ଭାବେ ୨୦୨୦ ମସିହା ଜୁଲାଇ ୨୦ ତାରିଖରୁ ୨୦୨୨ ମସିହା ମେ ୪ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ । ଏହାପରେ ସେବେଠାରୁ ୨ ବର୍ଷ ୫ ମାସ ଧରି ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ ମାମଲାରେ ଛନ୍ଦି ହୋଇଥିବା ପ୍ରତୀକଙ୍କୁ ଗୃହ ବିଭାଗ କଟକ ଗ୍ରାମାଞ୍ଚଳ SP ଭାବେ ବଦଳି କରିଥିଲା । ତେବେ କଟକ ଜିଲ୍ଲା ପୋଲିସ ହେଉଛି ରାଜ୍ୟ ସର୍ବ ପୁରାତନ ପୋଲିସ ଜିଲ୍ଲା । ଏହି ଜିଲ୍ଲା ବାସୀଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇବା ତାଙ୍କର ପ୍ରଥମ କାର୍ଯ୍ୟ ହେବ ବୋଲି କହିଛନ୍ତି ପ୍ରତୀକ ସିଂ ।

Advertisement

Leave a Reply

Your email address will not be published. Required fields are marked *