Pratidin TV

Odisha's Digital News Platform

ବାହାହେବା ପାଇଁ ଦରକାର ପଡିବନି ପାର୍ଟନର, ଏବେ AI ସାଜିବ ଜୀବନ ସାଥୀ…

1 min read

ଦିନକୁ ଦିନ ବୈଷୟିକ ଦୃଷ୍ଟିକୋଣରୁ ବିକଶିତ ହେବାରେ ଲାଗିଛି ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ (AI ) । ଏବେ ଅଫିସ କର୍ମଚାରୀଙ୍କ ବଦଳରେ AIକାମ ତୁଲାଇ ଦେଉଥିବା ବେଳେ ଆଗକୁ ବିବାହ କରିବା ପାଇଁ ପାର୍ଟନରଙ୍କ ଆବଶ୍ୟକତା ପଡ଼ିବନି । ଏବେ AI ହୋଲଗ୍ରାମ ମାଧ୍ୟମରେ କରିପାରିବେ ବିବାହ । AI ହୋଲଗ୍ରାମକୁ ଆପଣ ଆପଣଙ୍କ ଜୀବନ ସାଥୀ ବନାଇ ପାରିବେ । କଥାଟା ଅଜବ ଲାଗୁଥିବ ନିଶ୍ଚୟ ଇଓ ହୋଲଗ୍ରାମକୁ କିପରି ବିବାହ କରିପାରିବେ । ଦୁନିଆରେ ପ୍ରଥମ ଥର ଏପରି ଏକ ଘଟଣା ଘଟିବାକୁ ଯାଉଛି । ଯେଉଁଠି ସ୍ପେନରେ ଜଣେ ମହିଳା ଏଆଇ (ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ)ରେ ପ୍ରସ୍ତୁତ ପାର୍ଟନରଙ୍କୁ ବିବାହ କରିବେ । ଏମାନେ ବିଶ୍ୱର ପ୍ରଥମ ହାଇବ୍ରିଡ କପୁଲ ଭାବେ ଜଣେ ମାଂସରକ୍ତରେ ତିଆରି ମଣିଷ ଜଣେ ଏଆଇ ଭର୍ଚୁଆଲ ପୁରୁଷଙ୍କୁ ବିବାହ କରିବାକୁ ଯାଉଛନ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା! ହେଲେ ଏହା ସତ ।

ଆର୍ଟିଷ୍ଟ ଆଲିସିଆ ଫ୍ରାମିସ ଏଆଇ ହୋଲୋଗ୍ରାମକୁ ବିବାହ କରିବେ । ଯାହା ପୂର୍ବରୁ ସାଇନ୍ସ ଫିକଶନ ଫିଲ୍ମରେ ଦେଖିବାକୁ ମିଳୁଥିଲା ଏବେ ତାହା ସତ ହେବାକୁ ଯାଉଛି । ହାଇବ୍ରିଡ କପୁଲ ନାମକ ଏକ ଇନଷ୍ଟା ଆକାଉଣ୍ଟ ଏହି ପାର୍ଟନରଙ୍କ ଫଟୋ ପୋଷ୍ଟ କରିଛି । ଭବିଷ୍ୟତରେ ହେବାକୁ ଥିବା ବିବାହ ଓ ରିଲେଶନଶିପ୍‌ରେ ଏହା ବଡ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଆଲିସିଆ ନିଜ ବିବାହର ଭେନ୍ୟୁ ବୁକ୍ କରିସାରିଲେଣି । ଏବଂ ବିବାହ ପାଇଁ ଡ୍ରେସ ମଧ୍ୟ ପ୍ରସ୍ତୁତ କରି ସାରିଛନ୍ତି । ତେବେ ଆଲିସିଆ ଫ୍ରାମିସ କହିଛନ୍ତି ତାଙ୍କ ଏଆଇ ପାର୍ଟନରଙ୍କ ନାଁ ହେଉଛି ଆଲେକ୍ସ । ଯାହା ତାଙ୍କ ନିଜର ହିଁ ହୋଲଗ୍ରାମ । ତେବେ ବର୍ତ୍ତମାନ ସାରା ବିଶ୍ୱବାସୀ ଏହି ନିଆରା ବିବାହକୁ ଦେଖିବା ପାଇଁ ବେସ୍ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । କାରଣ ଏହା ସାରା ବିଶ୍ୱ ଇତିହାସରେ ସୃଷ୍ଟି କରିବ ନୂଆ ଏକ ଅଧ୍ୟାୟ ।

Advertisement

Leave a Reply

Your email address will not be published. Required fields are marked *