Pratidin TV

Odisha's Digital News Platform

ମହିଳାଙ୍କ ପାଇଁ ସ୍ବତନ୍ତ୍ର ବସ୍ ବ୍ୟବସ୍ଥା,୧୦ଟଙ୍କାରେ ଦୂର ଦୂରାନ୍ତରକୁ ଗମନାଗମନ ସୁବିଧା ।

କଟକ ; ନରସିଂହପୁରରେ ଆରମ୍ଭ ହେଲା ନୂତନ ସରକାରୀ ବସ୍। ଏହି ସରକାରୀ ବସରେ ମହିଳାମାନଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ବେସରକାରୀ ବସର ଚାଲିଥିବା ଜୁଲୁମ ଆଉ ଦେଖାଯିବ ନାହିଁ । ସରକାର ଆଣିଛନ୍ତି ନୂଆ ସୁବିଧା ,ଯେଉଁ ବେସରକାରୀ ବସରେ ମହିଳାମାନେ ୧୨୦ ଟଙ୍କା ଦେଇ ଯାତାୟତ କରିଥିଲେ ବର୍ତ୍ତମାନ ମହିଳାମାନେ ୧୦ ଟଙ୍କା ଦେଇ ଯାତାୟତ କରିପାରିବେ ।

ସେହି ୧୦ ଟଙ୍କାରେ ଏସିର ମଧ୍ୟ ସୁବିଧା ରହିଛି।ପୁରୁଷମାନେ ଯାତାୟତ କଲେ ଦେବାକୁ ପଡ଼ିବ ୮୦ ଟଙ୍କା। ଆଜି ଏହି ସରକାରୀ ବସ୍ ନରସିଂହପୁର ରୁ କଟକ ପାଇଁ ସେବା ଆରମ୍ଭ କରିଛି । ଏହି ସରକାରୀ ବସ୍ ନରସିଂହପୁର ରୁ ସକାଳ ୭ଟାରୁ ବାହାରି କଟକ ରେ ୧୧ଟା ୫ମିନିଟ ରେ ପହଞ୍ଚିଵ ।

କଟକ ରୁ ଦିନ ୩ଟା ରେ ବାହାରି ନରସିଂହପୁର ରେ ସଂଧ୍ୟା ୭ଟା ୫ ମିନିଟ ରେ ପହଞ୍ଚିଵ । ଏହି ବସ୍ ସେବା ପାଇ ଯାତ୍ରୀମାନେ ବେଶ ଖୁସି ଅଛନ୍ତି ବୋଲି ମତ ଦେଇଛନ୍ତି । ଶେଷରେ ଯାତ୍ରୀ ମାନେ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *