Pratidin TV

Odisha's Digital News Platform

ସେଫ୍‌ଟି; FSSAI ଯାଞ୍ଚରେ ଫେଲ୍ ଭାରତର ମସଲା ..

1 min read

ମସଲାର ନମୂନା ଗୁଣବତ୍ତା ଏବଂ ନିରାପତ୍ତା ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି  ଭାରତୀୟ ମସଲା  । ଭାରତୀୟ ମସଲା ଶିଳ୍ପ ପାଇଁ ଏହା ଏକ ବଡ ସମସ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ବିଶ୍ଵର ଅନେକ ଦେଶରେ ଭାରତୀୟ ମସଲା କମ୍ପାନୀ ବିରୋଧରେ ଅନୁସନ୍ଧାନ ଚାଲିଛି I ବର୍ତ୍ତମାନ ଏକ ରିପୋର୍ଟ ଦାବି କରିଛି ଯେ ଭାରତୀୟ ମସଲାର ପ୍ରାୟ ୧୨ ପ୍ରତିଶତ ନମୁନା ଏସ୍ଏସ୍ଏସ୍ଏଆଇ ପରୀକ୍ଷାରେ ବିଫଳ ହୋଇଛି। ଏଗୁଡ଼ିକ ଗୁଣବତ୍ତା ଏବଂ ନିରାପତ୍ତା ମାନଦଣ୍ଡ ପୂରଣ କରିନାହାଁନ୍ତି Iରିପୋର୍ଟ ଅନୁଯାୟୀ, ବ୍ରିଟେନରେ ଭାରତୀୟ ମସଲା ଆମଦାନୀ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି।

ହଂକଂରେ ଦୁଇଟି ଅଗ୍ରଣୀ ଭାରତୀୟ ମସଲା ବ୍ରାଣ୍ଡ ଉପରେ ନିଷେଧାଦେଶ ପରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ମଧ୍ୟ ଭାରତୀୟ ମସଲା ଗୁଡିକର ଯାଞ୍ଚ ଆରମ୍ଭ କରିଛି। ଏହି ଉଭୟ କମ୍ପାନୀ ନିଶ୍ଚିତ କରିଥିଲେ ଯେ ସେମାନଙ୍କର ମସଲା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ। ଭାରତ ବ୍ୟତୀତ ଏହି ଦୁଇଟି କମ୍ପାନୀର ମସଲା ୟୁରୋପ, ଆମେରିକା ଏବଂ ଉତ୍ତର ଆମେରିକାରେ ବହୁଳ ଭାବରେ ବ୍ୟବହୃତ ହୁଏ।ଆରଟିଆଇରୁ ମିଳିଥିବା ସୂଚନାକୁ ଆଧାର କରି ଏହି ରିପୋର୍ଟରେ କୁହାଯାଇଛି ଯେ ମେ ଏବଂ ଜୁଲାଇ ମଧ୍ୟରେ ୪,୦୫୪ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୪୭୪ ଗୁଣବତ୍ତା ଏବଂ ସୁରକ୍ଷା ମାନଦଣ୍ଡ ପୁରଣ କରି ପାରିନାହାନ୍ତି। ତେବେ, ପରୀକ୍ଷା ବିଫଳ ହୋଇଥିବା ଉତ୍ପାଦଗୁଡିକ କେଉଁ କମ୍ପାନୀଗୁଡିକର ବୋଲି ଏଫଏସଏସଏଆଇ କହିବାକୁ ମନା କରିଦେଇଛି। କିନ୍ତୁ ଯଥାଶୀଘ୍ର ଏହି କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ନିଶ୍ଚିତ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *