Pratidin TV

Odisha's Digital News Platform

ଟ୍ରାଫିକ ଉଲଂଘନ କରିଲେ ସ୍ପାଇଡରମ୍ୟାନ, ଚାଲାଣ କାଟିବା ପରେ ଗିରଫ କଲା ଦିଲ୍ଲୀ ପୋଲିସ !

1 min read

ଦିଲ୍ଲୀରୁ ଆସିଛି ଅଜବ ମାମଲା | ସ୍ପାଇଡରମ୍ୟାନକୁ ଗିରଫ କରିଛି ଦିଲ୍ଲୀ ପୋଲିସ | ଘଟଣାଟି ଦ୍ୱାରକାରେ ଘଟିଛି | ସ୍ପାଇଡରମ୍ୟାନ ଟ୍ରାଫିକ ଉଲଂଘନ କରିବାରୁ ତାକୁ କରାଯାଇଛି ଗିରଫ |

ତେବେ ଶସୁଚନା ଅନୁଯାୟୀ, ଜଣେ ଯୁବକ ସ୍ପାଇଡରମ୍ୟାନ୍ ଡ୍ରେସ୍ ପିନ୍ଧି ସ୍କର୍ପିଓ ବନେଟରେ ବସି ଯାତ୍ରା କରୁଥିଲେ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିବା ସହ ଚାଲାଣ ମଧ୍ୟ କାଟିଛି ପୁଲିସ । ତେବେ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | ଭାଇରାଲ ହେବା ପରେ ପୋଲିସ ତାଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |

ତେବେ ଗାଡିର ନମ୍ବରରୁ ପୋଲିସ ଏହାର ମାଲିକ ସମ୍ପର୍କରେ ଜାଣିବାକୁ ପାଇଲା । ଗାଡି ଚାଳକ ସିଟ୍ ବେଲ୍ଟ ବାନ୍ଧିନଥିଲେ । ଅନ୍ୟପଟେ ଆଦିତ୍ୟ ନାମକ ଯୁବକ ସ୍ପାଇଡରମ୍ୟାନ୍ ଡ୍ରେସ୍ ପିନ୍ଧି ଗାଡିର ବନେଟରେ ବସିଥିଲେ | ତବେ ଏହି ସ୍ପାଇଡରମ୍ୟାନ ପୋଷାକ ପିନ୍ଧିଥିବା ବ୍ୟକ୍ତି ଜଣକ ହେଲେ ନଜଫଗଡ଼ରେ ରହୁଥିବା ଆଦିତ୍ୟ ବୋଲି ଜଣାପଡିଛି |

Leave a Reply

Your email address will not be published. Required fields are marked *