Pratidin TV

Odisha's Digital News Platform

‘ଝଲକ ଦିଖଲାଜା ସିଜିନ -୧୦’ ରେ ଦୌଡରାଣୀ ଦୂତି ଚାନ୍ଦ

1 min read

ଭୁୁବନେଶ୍ୱର : ଏବେ ଡାନ୍ସ ଫ୍ଲୋରରେ ନିଜର କମାଲ ଦେଖାଇବେ ଦୌଡରାଣୀ ଦୂତିଚାନ୍ଦ । କଲର୍ସ ଟିଭିର ମୋଷ୍ଟ ପପୁଲାର ରିଆଲିଟି ସୋ ଝଲକ ଦିଖଲାଜା ସିଜିନ -୧୦ ରେ ଏବେ ନଜର ଆସିବେ ଦୂତିଚାନ୍ଦ । ରନିଂ ଟ୍ରାକରେ ନିଜର ଯାଦୁ ଦେଖାଇ ସାରିବା ପରେ ଏବେ ସେ ଡ୍ୟାନ୍ସ ଫ୍ଲୋର ମଧ୍ୟ ନିଜର କମାଲ ଦେଖାଇବାକୁ ଯାଉଛନ୍ତି ସେ।

ଏହି ଡ୍ୟାନ୍ସ କମ୍ପିଡିସନକୁ ନେଇ ସେ ବୋହୁତ ଉତ୍ସାହିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ପୂର୍ବରୁ ନୃତ୍ୟୁର କୌଣସି ଆନୁଷ୍ଟାନିକ ପ୍ରଶିକ୍ଷଣ ନେଇ ନଥିଲେ ମଧ୍ୟ ସେ ଜଣେ କ୍ରିଡାବିତ ହୋଇଥିବାରୁ ତାଙ୍କ ପାଇଁ ଏହା ଆଦୌ କଷ୍ଟକର ହେବନି ବୋଲି କହିଚନ୍ତି ଦୂତି । ସେ ଆଉ ମଧ୍ୟ କହିଛନ୍ତି ଯେ ମୁ କେବେ ସୁଦ୍ଧା ଡଭଅବି ନଥିଲି ଯେ ମୁଁ ଏଭଳି ଏକ ସୋ ରେ କେବେ ଡ୍ୟାନ୍ସ କରିବି ବୋଲି । ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ହେବାକୁ ଯାଉଛି ।

Advertisement

ଏହି କାର୍ଯ୍ୟକ୍ରମରେ ମାଧୁରି ଦିକ୍ଷିତ୍ , କରନ ଜୋହର,ନୋରା ଫତେହ ଜଜ୍ ଥିବା ବେଳେ ସୋରେ ମନିଶ ପାଲ ହୋଷ୍ଟି କରୁଛନ୍ତି । ତେବେ ଦୂତିଙ୍କ କୋରିଓଗ୍ରାଫର ଭାବେ ରବିନା ଚୌଧୁରୀଙ୍କୁ ଦେଖିବାକୁ ମିଳିବ ସ୍କ୍ରିନରେ ।

Leave a Reply

Your email address will not be published. Required fields are marked *