Pratidin TV

Odisha's Digital News Platform

ବଢୁଛି ମହାନଦୀ ଜଳସ୍ତର ; ୧୦ ଜିଲ୍ଲାକୁ ସତର୍କ କରାଇଲା SRC

1 min read

ପଡ଼ୋଶୀ ରାଜ୍ୟ ଛତିଶଡରେ ଲାଗି ରହିଛି ବର୍ଷା। ଆଉ ଏପଟେ ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ଭଣ୍ଡାରକୁ ଇନଫ୍ଲୋ ବଢିବା ଫଳରେ ଆଉ ୬ଟି ଗେଟ୍ ଖୋଲାଯାଇଛି। ଆଗରୁ ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା। ଆଜି ଆହୁରି ୬ଟି ଗେଟ୍ ଖୋଲାଯାଉଛି। ବର୍ତ୍ତମାନ ମୋଟ୍ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୬୧ ହଜାର ୭୬୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୭ ହଜାର ୪୪୮କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଯାହା ଫଳରେ ବଢୁଛି ମହାନଦୀର ଜଳସ୍ତର। କଟକ ମୁଣ୍ଡଳୀରେ ମହାନଦୀ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଛି। ଟକର ମୁଣ୍ଡଳି ଦେଇ ୫ ଲକ୍ଷ ୭୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି। ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

Advertisement

ସେହି ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁ. କଟକ, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ ଓ ବୌଦ୍ଧ । ଏଥିସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।ପାଣି ପଶିଥିବା ରାସ୍ତା ଓ ପୋଲ ଉପରେ ଯାତାୟାତ ନକରିବାକୁ ପରାମର୍ଶ ।

Leave a Reply

Your email address will not be published. Required fields are marked *