Pratidin TV

Odisha's Digital News Platform

ଶ୍ରୀଲଙ୍କାରେ ଲାଗୁହେଲା ଜରୁରୀକାଳିନ ପରିସ୍ଥିତି

1 min read

ନୂଆଦିଲ୍ଲୀ: ଆଜି ସକାଳୁ ଗୋଟବାୟା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ନେଇ ପ୍ରତିଶୃତି ଦେଇଥିଲେ, କିନ୍ତୁ ସେ ଆଜି ସକାଳୁ ହିଁ ଦେଶ ଛାଡି ମାଳଦ୍ୱୀପ ପଳାଇଛନ୍ତି । ଏହାପରେ ସେ ଦୁବାଇ ଯିବେ ବୋଲି ସୂଚନା ମିଳୁଛି । ଏସବୁ ପରେ ମଧ୍ୟ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ନଦେଇ ଚାଲିଯାଇଥିବାରୁ ବିକ୍ଷୋଭକାରୀ ମାନେ ଉଗ୍ର ରୂପ ଧାରଣ କରିଛନ୍ତି । ସହରରେ ଗୋଟବାୟାଙ୍କ ପୁତୁଳା ଜଳେଇବା ସହ ରାସ୍ତା ବଜାର ଜାମ କରି ନିଆଁ ଲଗାଉଥିବା ସୂଚନା ମିଳିଛି ।

ଦେଶରେ ଆର୍ଥିକ ଅବସ୍ଥା କରାପହେଉଥିବା ଯୋଗୁ ଲକ୍ଷ ଲକ୍ଷ ଲୋକେ ରାସ୍ତାକୁ ଓହ୍ଲାଇବା ସହ ପ୍ରଧାନମନ୍ତ୍ରୀଙ୍କ ବାସଗୃହରେ ପ୍ରବେଶ କରିଥିଲେ । ପୋଲିସ ଏମାନଙ୍କୁ ବାହାରକରିବା ପାଇଁ ଗ୍ୟାସ୍ ପ୍ରୟୋଗ କରିଥିଲେ ମଧ୍ୟ ଲୋକମାନେ ହଟିବାର ନା ଧରୁନାହାନ୍ତି । ଏନେଇ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନୀଲବିକ୍ରମ ସିଙ୍ଘେ ଙ୍କୁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ମିଳିବା ପରେ, ସେ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *