Pratidin TV

Odisha's Digital News Platform

ଶ୍ରୀ ମନ୍ଦିରରେ ହଜିଥିଲେ ଦୁଇ ଯାଆଁଳା ଭାଇ ,ଖୋଜି ଫେରାଇଲା ଜଗା !

ପୁରୀ : କୁହନ୍ତି କାଳିଆ ପରା ଭାବର ଡୋରିରେ ବନ୍ଧା ଭାବ ଠାକୁର । ତାକୁ ଅବା କଣ ଅଛୁପା । ଏ ସଂସାରର ପତ୍ର ବି ତା ଇସାରା ବିନା ହଲେନା । କେମିତି ଦୁଇଟି ନିରୀହ ନିଷ୍ପାପ ଛୁଆ ତାଆଖିରୁ ବଞ୍ଚିଯିବେ । ଦେଖିପାରିଲାନି ୨ ନିରୀହ ଛୁଆଙ୍କ ଆଖିର ଲୁହ । ତାରି ପାଖକୁ ତାକୁ ଦର୍ଶନ କରିବାକୁ ଆଶି ବାଟବଣା ହୋଇଯାଇଥିଲେ ୨ ଜାଆଁଳା ଶିଶୁ ଅବିନାଶ ଅଭିଜିତ୍ । ନିଜ ଜନ୍ମଦିନ ଅବଶରରେ ଆଜି ଦୁହିଁ ନାବାଳକ ନିଜ ଜେଜେମାଁ ଓ ପିଉସିଙ୍କ ସହ ଶ୍ରୀମନ୍ଦିରରେ ପୂଜା ପାଇଁ ଆଶିଥିଲେ । ପୂଜା ପାଇଁ ଜେଜେମା ଦୁହିଁଙ୍କୁ ମଣ୍ଡପରେ ବସାଇଦେଇ ପୂଜା ପାଇଁ ବୁଝାବୁଝି କରିବାକୁ ଯାଇଥିବା ବେଳେ ଦୁଇ ବଙ୍କଳ ସେଠାରୁ ଚାଲିଆସିଥିଲେ । ଏବଂ ମନ୍ଦିର ଭିତରେ ଲୋକମାନଙ୍କ ଭିତରେ ହଜିଯାଇଥିଲେ ।

ସୂଚନାଯୋଗ୍ୟ ଆଜି ସକାଳେ କଟକ ସିଡିଏ ସ୍ଥିତ ନୂଆ ପାଟଣା ଅଞ୍ଚଳର ନନ୍ଦିନୀ ପଲାଲ୍ ଙ୍କ ସହ ତାଙ୍କର ଦୁଇ ନାତି ଶ୍ରୀମନ୍ଦିର ଆସିଥିଲେ। ଶ୍ରୀମନ୍ଦିର ଭିତରେ ଥିବା ବୋଝ ବାହକ ଓ ପୋଲିସ କର୍ମଚାରୀ ଦୁଇ ନାବାଳକଙ୍କୁ ଶ୍ରୀମନ୍ଦିର ଭିତରୁ ଉଦ୍ଧାର କରି ସୂଚନା କେନ୍ଦ୍ର ଠାରେ ପହଞ୍ଚାଇଥିଲେ। ସୁବେଦାର ଯୋଗେଶ ସ୍ବାଇଁଏକ ଟିମ ନେଇ ଶ୍ରୀମନ୍ଦିରରେ ନିଖୋଜ ହୋଇଥିବା ଉଭୟ ନାବାଳକଙ୍କ ପରିବାର ଲୋକଙ୍କୁ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ତାଙ୍କ ଜେଜେ ମା ଙ୍କୁ ପାଇଥିଲେ। ଦୁଇ ନାତିଙ୍କୁ ଜେଜେ ମା ପାଇବା ପରେ ଖୁସିରେ କାନ୍ଦି ପକାଇଥିଲେ। ପରେ ସୂଚନା କେନ୍ଦ୍ରରୁ ଉଭୟ ନାତିଙ୍କୁ ଜେଜେ ମା ସାଙ୍ଗରେ ଘରକୁ ନେଇଥଲେ । ଏନେଇ ଦୁହିଁଙ୍କ ଜେଜେମାଁ କହିଥିଲେ ଯେ ସବୁ ସେଇ ଜଗାର ଡୋରୀ । ତାରି ପାଖରେ ହଜିଥିଲେ ସେହିଁ ଫେରାଇଦେଲା ମୋ ଦୁଇ ଜଗାବଳିଆଙ୍କୁ ।

Leave a Reply

Your email address will not be published. Required fields are marked *