Pratidin TV

Odisha's Digital News Platform

ଭାରତୀୟ ସଂସ୍କୃତିକୁ ଅପବାଦ କରାଯାଉଛି : ପ୍ରେକ୍ଷାଳୟ ବାହାରେ ଫିଲ୍ମ ଆଦିପୁରୁଷକୁ ନେଇ ତାତିଲେ ଶ୍ରୀରାମ ଚେତନା ସଂଘ

ବାଲେଶ୍ଵର : ଫିଲ୍ମ ଆଦିପୁରୁଷକୁ ନେଇ ବଢିଚାଲିଛି ବିବାଦ । ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଆଦିପୁରୁଷକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ବାଲେଶ୍ୱରରେ ଥିବା ମୁଭି ଏକ୍ସ ପ୍ରେକ୍ଷାଳୟର ଆଗରେ ବିକ୍ଷୋଭ ଆରମ୍ଭ ହୋଇଛି । ଜୟଶ୍ରୀ ରାମ୍ ନାରାରେ କମ୍ପିଛି ପ୍ରେକ୍ଷାଳୟ । ବାଲେଶ୍ଵରରେ ଶ୍ରୀରାମ ଚେତନା ସଂଘ ପକ୍ଷରୁ ସିନେମା “ଆଦି ପୁରୁଷ”କୁ ଘୋର ବିରୋଧ କରାଯାଇଛି । ପ୍ରେକ୍ଷାଳୟରୁ ଫିଲ୍ମକୁ ପ୍ରତ୍ୟହାରକରିବା ପାଇଁ ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।

ପ୍ରେକ୍ଷାଳୟରେ ଆଜିଠାରୁ ଏହି ସିନେମା ନ ଚଲାଇବା ଦାବି କରିଛି ସଂଘ। ଏନେଇ ସଂଘ କାର୍ଯ୍ୟକର୍ତା ପ୍ରେକ୍ଷାଳୟରେ
ପହଞ୍ଚି ସିନେମା ବିରୋଧରେ ନାରାବାଜି ଦେଇଥିଲେ। ବିବାଦୀୟ ସିନେମା “ଆଦି ପୁରୁଷ” ଭାରତର ସଭ୍ୟତା ଓ ସଂସ୍କୃତିର ପରିପନ୍ଥୀ। ମହାକାବ୍ୟ ରାମାୟଣର ପରିଭାଷା ଅଟେ। ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମ ଓ ମହାବଳୀ ହନୁମାନର ଘୋର ଅପମାନ ଏହି ସିନେମାରେ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଘୋର ଅପମାନ ବୋଲି ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ କୁହାଯାଇଛି। ଏଭଳି କୁସଂସ୍କାରୀ ଧର୍ମ ବିରୋଧି ଫିଲ୍ମକୁ ତୁରନ୍ତ ପ୍ରତ୍ୟାହାର କରିନେବକୁ ପ୍ରେକ୍ଷାଳୟ କର୍ତୃପକ୍ଷଙ୍କୁ ନିବେଦନ କରିଛି ସଂଘ।

ତେବେ ଏହି ଫିଲଟି ଆମ ଭବିଷ୍ୟାତ ପିଢୀକୁ ଏକ ଅପଭ୍ରଶଂ ରାମାୟଣ ଦେଖାଇବ ବୋଲି କହିଛନ୍ତି ସଂଗଠନର ମୁଖ୍ୟ । ତେଣୁ ଏହି ଫିଲ୍ମକୁ ଯଥା ସମ୍ଭବ ପ୍ରତ୍ୟାହାର କରାଯାଉ ।

Leave a Reply

Your email address will not be published. Required fields are marked *