Pratidin TV

Odisha's Digital News Platform

ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ,ଶ୍ରୀଲଙ୍କାକୁ ଦେଲା ୩୫୮ ରନର ଟାର୍ଗେଟ

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚଳିତ ବିଶ୍ୱକପର ୩୩ ତମ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯେଉଁଠାରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୫୭ ରନ୍ ସଂଗ୍ରହ କରିଥିଲା । ପ୍ରଥମେ ଅଧିନାୟକ ରୋହିତ ଶର୍ମା ଏବଂ ଶୁବମନ ବୈଦାନକୁ ଆସିଥିବା ବେଳେ ପ୍ରଥମେ ୪ ରନ କରି ରୋହିତ ଆଉଟ ହୋଇ ଯାଇଥିଲେ । ପରେ ବିରାଟ ଏବଂ ଶୁବମନଙ୍କ ଯୋଡି କମାଲ କରି ଦେଖାଇଥିଲା ।

ଏହି ସମୟରେ ବିରାଟ କୋହଲି, ଶୁବମନ ଗିଲ ଏବଂ ଶ୍ରେୟାସ ଆୟର ଦମଦାର ଇନିଂସ ଖେଳିଥିଲେ । ତେବେ ଆଜିର ମ୍ୟାଚ ଜିତି ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚାହୁଁଛି । ଏଥି ସହିତ ଶ୍ରୀଲଙ୍କା ନିଜର ଆଶା ବଞ୍ଚାଇବାକୁ ଚେଷ୍ଟା କରିବ । ଏହି ମ୍ୟାଚରେ ଭାରତ ଅଧିକ ହାତ ଥିବା ଜଣାପଡିଛି । ଟିମ୍ ଇଣ୍ଡିଆ ବିଶ୍ୱକପର ୬ ଟି ମ୍ୟାଚ୍ ଜିତିଛି । ଯେତେବେଳେ କି ଶ୍ରୀଲଙ୍କା ୬ ଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିଛି । ଆଜିର ମ୍ୟାଚ ଯଦି ଶ୍ରୀଲଙ୍କା ହାରିବ ତେବେ ସେ ବିଶ୍ୱକପରୁ ବିହା ହୋଇ ଯିବ । ଆଜିର ମ୍ୟାଚରେ ଭାରତ କରିଥିବା ସ୍କୋର ଚଳିତ ବିଶ୍ୱକପର ଏହା ୨ୟ ସର୍ବତ୍ତୋମ ସ୍କୋର ଅଟେ ।

Leave a Reply

Your email address will not be published. Required fields are marked *