ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁହେଲା ଡ୍ରେସକୋର୍ଡ ; ଚିରା ,ଫଟା , ନେଟ୍ ଓ ଛୋଟ ଡ୍ରେସରେ ପ୍ରବେସ ନାହିଁ …
1 min readଭୁବନେଶ୍ୱର ; ଶ୍ରୀ ମନ୍ଦିରରେ ଲାଗୁହେଲା ନୂଆ ନିୟମ । ଏଣିକି ଚିରା ଫଟା ଛିଡା ଫିନ୍ଧି ମନ୍ଧିରକୁ ଯାଇପାରିବେନି ଭକ୍ତ । ତା ସହ ଅଙ୍ଗପ୍ରତ୍ୟଙ୍ଗ ଦୃଶ୍ୟମାନ ହେଉଥିବା କିମ୍ବା ଉତ୍ତେଜନା ଟ୍ରାନ୍ସପରେଣ୍ଟ , ଜରି , ଜାଲ ଭଳି ପୋଷାକ ମଧ୍ୟ ମନ୍ଦିରକୁ ନିସେଦ୍ଧ। ଏ ସଂପର୍କରେ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବା ସହ ଆସନ୍ତା ନୂଆବର୍ଷଠାରୁ ଏହାକୁ ଯେପରି କଡ଼ାକଡ଼ି ଭାବେ ଲାଗୁ କରାଯିବ, ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ନିଯୋଗର ସଭାପତି, ସମ୍ପାଦକ ଏବଂ ହୋଟେଲ ମାଲିକଙ୍କୁ ଚିଠି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସମସ୍ତ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନ୍କୁ ଚିଠି ଲେଖାଯାଇ ପରାମର୍ଶ ଦିଆଯାଇଛି । ଏଥିରେ ଦର୍ଶାଯଅଇଛୀ ଯେ ପୁରୁଷମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପାରିକ ପୋଷାକ ପିନ୍ଧିବେ । ସେହିପରି ମହିଳା ମାନେ ଶାଢ଼ୀ,ଶାଲୱାର ଭଳି ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରିବେ ।
ନୂଆବର୍ଷ ପରଠାରୁ କଟକଣା କଡାକଡି ପାଳନ ହେବ ବୋଲି କୁହାଯାଇଛି । ଶ୍ରୀମନ୍ଦିର ସମସ୍ତ ଦ୍ୱାରରେ ଏହାକୁ ତନଖି କରିବା ପାଇଁ କର୍ମଚାରୀ ନିୟୋଜିତ ହେବେ । ପ୍ରଶାସନ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି , ଯେହେତୁ ସେବାୟତ ମାନେ ବୋହୁ କାଳରୁ ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ଓ ମହିମାର ପ୍ରସାର ପ୍ରଚାର କରୁଛନ୍ତି ଏବଂ ଦୂର ଦୂରାନ୍ତରୁ ଭକ୍ତ ମାନେ ସେମାନଙ୍କ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଉଛନ୍ତି ତେଣୁ ସଚେତନତା କାର୍ଯ୍ୟକର୍ମରେ ସେବାୟତମାନେ ସହଯୋଗ କରିବେ।