ରାତି ୨ ଟାରୁ ଖୋଲିବ ଶ୍ରୀମନ୍ଦିର , ଏଣିକି ଚକା ଆଖିକୁ ରାତି ୨ ଟାରୁ ଦର୍ଶନ କରିପାରିବେ ଭକ୍ତ ….
1 min readଭୁବନେଶ୍ୱର ; ଏଣିକି ରାତି ୨ ଟାରୁ ଖୋଲିବ ଶ୍ରୀମନ୍ଦିର । ପ୍ରତିଦିନ ରାତି ୨ଟାରୁ ଦ୍ୱାର ଫିଟା ହେବ ଏବଂ ଭୋର ୫ଟା ୨୦ରୁ ପହିଲି ଭୋଗ ନୀତି ହେବ । ଡିସେମ୍ବର ୧୫ରୁ ଜାନୁଆରି ୧୫ ତାରିଖ ଯାଏ ଭକ୍ତଙ୍କ ଦର୍ଶନ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଖୋଲିବ ଏବଂ ରାତି ୧୧ ଟାରୁ ପହଡ ପଡିବ ।
ଏଥିସହ ଅନ୍ୟନ୍ୟ ନୀତିକୁ ଶୃଙ୍ଖଳିତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ । ଏଥିପାଇଁ ସଅଳ ନୀତିକାନ୍ତ ହେବା ସହ ମହାପ୍ରସାଦ ମଧ୍ୟ ବାହାରିବ ।
ଅନ୍ୟପକ୍ଷରେ ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଡ୍ରେସକୋର୍ଡ ଓ ପାନଗୁଟୁକା ଉପରେ କଟକଣା କଡାକଡି କରାଯିବ। ନୂଆବର୍ଷରୁ ଦିବ୍ୟାଙ୍ଗ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ପର୍ୟ୍ୟନ୍ତ ନିର୍ମାଣ ହେବ ଛାୟା ସେଡ୍ ବା ଟନେଲ। ଏଥିରେ ସେଣ୍ଟ୍ରାଲ ଏସିର ସୁବିଧା ସହ ବିଶୁଦ୍ଧ ପାନୀୟ ଜଳ, ବସିବା ପାଇଁ ଚେୟାର ଆଦି ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ପାର୍କିଂ ସ୍ଥଳକୁ ଚଉଡା କରାଯାଇ ଦୁଇହଜାର ଭକ୍ତଙ୍କ ବସିବା ପାଇଁ ବିଶ୍ରାମାଗାର କରାଯିବ। କୃଷ୍ଣ ସିନେମାହଲ ଗଳିରେ ଭକ୍ତମାନେ ଜୋତା, ମୋବାଇଲ ଏବଂ ଆସବାବପତ୍ର ରଖିବା ପାଇଁ ଷ୍ଟାଣ୍ଡ ନିର୍ମାଣ କରାଯିବ।