Pratidin TV

Odisha's Digital News Platform

ପୁଣି ମୁହାଁମୁହିଁ ହେଲେ ଶ୍ରୀମୟୀ-ମନ୍ମଥ , ଗୋଟିଏ ଦଳର ହୋଇ ଦୁହେଁ ଦୁହିଁଙ୍କୁ କଲେ ଟାର୍ଗେଟ୍ ।

1 min read

ନିର୍ବାଚନ ନ ଲଢି ଶ୍ରୀମୟୀ ପଢାଉଛନ୍ତି ” ବାଜିଗର୍ ” ଉପାଖ୍ୟାନ । ଶଙ୍ଖ ଭବନର ଝଗଡାକୁ ନେଇ ଚାଲିଛି ରାଜନୈତିକ ବୟାନବାଜି । ମନ୍ମଥ – ଶ୍ରୀମୟୀ ମୁହାଁମୁଁହି, ପରସ୍ପରକୁ ଦେଉଛନ୍ତି ସମ୍ମାନର ଜ୍ଞାନ ।

ବିଜେଡିକୁ ଘାରିଛି ଅସନ୍ତୋଷର ଡର। ମୁଣ୍ଡ ଟେକୁଛି ଦଳର ଅନ୍ତ କନ୍ଦଳ। ଗତ ୧ ତାରିଖରେ ଶଙ୍ଖ ଭବନରେ ଖୋର୍ଦ୍ଧା ସମୀକ୍ଷା ବୈଠକରେ ମନ୍ମଥ – ଶ୍ରୀମୟୀ ମୁହାଁମୁଁହି ହେବା ପରେ ବିଜେଡିର ଘର କଳି ପାଲଟିଛି ରାଜ୍ୟ ରାଜନୀତିର ଚର୍ଚ୍ଚିତ ପ୍ରସଙ୍ଗ। ଏହାରି ଭିତରେ ବିଜେଡିର ପଦଯାତ୍ରା ସମ୍ମୀଳନୀରେ ଶ୍ରୀମୟୀ ଓ ମନ୍ମଥଙ୍କ ବୟାନ ଏବେ ଅଧିକ ଆଲୋଡ଼ନ ସୃଷ୍ଟି କରୁଛି। ତେବେ ନିଜ ଘର କଳି ବିଷୟରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିବାକୁ ମନା କରିଥିବା ଶ୍ରୀମୟୀ ପଢାଉଛନ୍ତି ” ବାଜିଗର୍ ” ଉପାଖ୍ୟାନ।

Advertisement

” ହାର କର୍ ଜିତନେ ୱାଲେ କୋ ବାଜିଗର କେହତେ ହେଁ ” ଏହି ଉକ୍ତିଟିକୁ କହି ସେ କହିଛନ୍ତି କି ନବୀନ ବାବୁ ନିର୍ବାଚନ ହାରିଗଲେ ହେଲେ ଲୋକ ମାନଙ୍କ ହୃଦୟରେ ଏବେ ବି ରାଜ୍ କରୁଛନ୍ତି। ତେବେ ସବୁଠୁ ବଡ଼ କଥା ଥରୁଟିଏ ହେଲେ ବି ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ନଥିବା ଶ୍ରୀମୟୀ କିପରି କହୁଛନ୍ତି ହାରିବା ଜିତିବାର କଥା। ଗତ ୨୦୨୪ ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳ ତାଙ୍କୁ ଭରଷା କରି ନଥିବା ବେଳେ ତାଙ୍କ ଜାଗାରେ ଯୁବ ନେତା ମନ୍ମଥ ରାଉତରାୟଙ୍କୁ ଟିକେଟ ଦେଇଥିଲା। ତେବେ ନିଜ ନିର୍ବାଚନର କ୍ଷୋଭ ପ୍ରକାଶ କରୁଛନ୍ତି କି ଶ୍ରୀମୟୀ ମିଶ୍ର?

ଅପରପକ୍ଷରେ ଏ ନେଇ ଭୁବନେଶ୍ଵର ଲୋକସଭା ଆସନ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ପଚାରିବାରୁ ସେ ମଧ୍ୟ ଦେଇଛନ୍ତି ଭିନ୍ନ ମତ। ସେ କହିଛନ୍ତି କି ” ମୁଁ ନାରୀ ମାନଙ୍କୁ ସମ୍ମାନ କରେ, ସରକାରରେ ରହିଲେ ବି ବିଶୃଙ୍ଖଳା ଉଠେ ଓ ନ ରହିଲେ ବି ଉଠେ ତେଣୁ ଏ ସବୁକଥା କୁ ଗୁରୁତ୍ଵଆରୋପ ନ କରି ସଦସ୍ୟତା ଅଭିଯାନ ଆଗକୁ ବଢ଼ାଇବା ଉଚିତ୍ ” । ଏ ସବୁକୁ ନଜରରେ ରଖିଲେ ବିଜେଡିରେ ଦିନକୁ ଦିନ ଅସନ୍ତୋଷ ନେତାଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଥିଲା ବେଳେ ନବୀନ ଏ ସବୁକୁ କିପରି ମ୍ୟାନେଜ କରିବେ ସେ ନେଇ ଏବେ ରାଜନୈତିକ ସମୀକ୍ଷକମାନେ ଭିନ୍ନ ମତ ରଖିଛନ୍ତି। ତେବେ ରାଜନୈତିକ ବୟାନ ବାଜି ଭିତରେ ବର୍ତ୍ତମାନ ବିଜେଡିର ସାଙ୍ଗଠନିକ ସ୍ଥିତି ଖରାପ ଥିଲା ବେଳେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢି ମଧ୍ୟ ଶ୍ରୀମୟୀଙ୍କର ” ହାରଜିତ୍ ” ର ବୟାନ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି।

Leave a Reply

Your email address will not be published. Required fields are marked *