Pratidin TV

Odisha's Digital News Platform

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ ; ଭକ୍ତଙ୍କ ପୋଷାକରେ ଶାଳୀନତା ନଥିଲେ ମନ୍ଦିରକୁ ପ୍ରବେଶ ନିଷେଧ …

1 min read

ଭୁବନେଶ୍ୱର ; ପୁରୀରେ ଲାଗୁହେବ ନୂଆ ନିୟମ । ଏଣିକି ଯେକୌଣସି ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେନି ଭକ୍ତ । ପୋଷାକରେ ଶାଳୀନତା ନଥିଲେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେନି ଭକ୍ତ ଦୁଆରୁ ହିଁ ଫେରିବାକୁ ପଡିବ । ନୂଆବର୍ଷରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଏନେଇ ସୂଚନା ଦେଇଛି।
ପୂର୍ବରୁ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା କରାଯିବ। ଶାଳୀନତାପୂର୍ଣ୍ଣ ଡ୍ରେସ୍ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଭକ୍ତମାନଙ୍କୁ ପରାମର୍ଶ ଦିଆଯିବ। ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ।
ଶ୍ରୀମନ୍ଦିର ପ୍ରଶାସକ ପକ୍ଷରୁ ପୋଷାକକୁ ନେଇ କିଛି ବିଶେଷ ସୂଚନା ଜାଣନ୍ତୁ ।

ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ହେଲେ କଣ ପିନ୍ଧିବେ କଣ ନପିନ୍ଧିବେ –

Advertisement

-ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍ ପିନ୍ଧିବେ ଅର୍ଥାତ୍ ଫୁଲ ଡ୍ରେସ୍

-କୌଣସି ଚିରା, ଫଟା ଜିନ୍ସ / ପୋଷାକ ପିନ୍ଧିବେ ନାହ

-ହାତ କଟା ପୋଷାକ ପିନ୍ଧିବା ମନା

-ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଯାଇପାରିବେ ନାହିଁ

-କେବଳ ୧୨ ବର୍ଷରୁ କମ୍ ପିଲା ପିନ୍ଧିପାରିବେ ହାଫ୍ ପ୍ୟାଣ୍ଟ

ଯେଉଁମାନେ ଏହିସବୁ ନିୟମକୁ ନମାନିବେ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

Leave a Reply

Your email address will not be published. Required fields are marked *