Pratidin TV

Odisha's Digital News Platform

ବିରାଟ ପଟୁଆରରେ ନାମାଙ୍କନ ଭରିଲେ ଶ୍ରୀନାଥ..

1 min read

ଏକ ବିରାଟ ପଟୁଆରରେ ବିଜେଡି କାର୍ଯ୍ୟାଳୟରୁ ବାହାରି ନାମାଙ୍କନ ଦାଖଲ କରିଲେ ବିଜେଡିର ଶ୍ରୀନାଥ ସୋରେନ୍ । ନାମାଙ୍କନ ଦାଖଲ ସମୟରେ ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାୟ ୪ ହଜାରରୁ ଅଧିକ ସମର୍ଥକଙ୍କ ମେଳରେ ଉଦଳା ବଜାରରେ ଏକ ଶୋଭାଯାତ୍ରା ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଆଦିବାସୀ ପରମ୍ପରାର ନୃତ୍ୟର ତାଳେ ତାଳେ ବିଜେଡିର ନେତା ଏବଂ କର୍ମୀମାନେ ଆସିଥିଲେ । ଶେଷରେ ଶ୍ରୀନାଥ ସୋରେନ ନାମାଙ୍କନ ଦାଖଲ କରିବା ନିମନ୍ତେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଂଚିଥିଲେ । ଶ୍ରୀନାଥଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ସହିତ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ ।

ସୁଦାମ ମାରାଣ୍ଡି ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇ କର୍ମୀଙ୍କ ମନୋବଳ ବଢାଇଥିବା ବେଳେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ନାମାଙ୍କନ ଦାଖଲ ସମୟରେ ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କ ସହିତ ରହିଥିଲେ । ଆଗାମୀ ଦିନରେ ନାମାଙ୍କନର ଶୋଭାଯାତ୍ରା ବିଜେଡି ପ୍ରତି ଥିବା ସମର୍ଥନ ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ ଏହି ଲଢେଇ ହେଉଥିବା କହିଛନ୍ତି ବିଧାୟକ ପ୍ରାର୍ଥୀ ।

Advertisement

Leave a Reply

Your email address will not be published. Required fields are marked *