Pratidin TV

Odisha's Digital News Platform

ପର୍ଯ୍ୟଟନକ୍ଷେତ୍ର ଅଂଶୁପା ନିକଟରେ ଆରମ୍ଭ ହୋଇଛି ଏସ୍‌ଏସ୍ ବି କିଙ୍ଗଡମ ୱାଟର ପାର୍କ…

1 min read

ଆସିଯାଇଛି ନୂଆବର୍ଷ । ଆଉ ଏହି ନୂଆ ବର୍ଷର ଇଅରଏଣ୍ଡିଙ୍ଗ ପିକନିକ ବା ଫ୍ୟାମିଲିକୁ ନେଇ ମଜା ମସ୍ତି କରିବାରେ ପ୍ରାୟ ସମସ୍ତେ ମସଗୁଲ । ତେବେ ଯଦି ଆପଣ ସୁଇମିଙ୍ଗ ପ୍ରିୟ ବା ୱାଟର ଗେମକୁ ଭଲ ପାଆନ୍ତି । କିମ୍ବା ଏହି ପର୍ଯ୍ୟଟନ ଋତୁରେ ପରିବାର କୁ ନେଇ ସେମିତି ଏକ ଜାଗାକୁ ଯିବାପାଇଁ ପ୍ଲାନ କରୁଛନ୍ତି । ତେବେ ଆପଣ ଙ୍କ ପାଇଁ ବେଷ୍ଟ ପ୍ଲେସ ହେଇପାରେ ssb kingdom।

କଟକ ବାଙ୍କୀ ରେ ପର୍ଯ୍ୟଟନ କ୍ଷେତ୍ର ଅଂଶୁପା ନିକଟରେ ଆରମ୍ଭ ହୋଇଛି ssb kingdom water park। ଯାହା ଆଜି ସ୍ଥାନୀୟ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଯାହା ପର୍ଯ୍ୟଟକଙ୍କ ମନରେ ଆଣି ଦେଇଛି ଅହେତୁକ ଉତ୍ସାହ । ଯେଉଁଠି ରହିଛି ଅତ୍ୟାଧୁନିକ କୌଶଳ ରେ ବିଭିନ୍ନ ଜଳକ୍ରୀଡାର ବ୍ୟବସ୍ଥା । ଆଉ ତା ସାଙ୍ଗକୁ ପିଲା ମାନଙ୍କ ପାଇଁ ନଲେଜ ପାର୍କ, ସାଇନ୍ସ ପାର୍କ ଏବଂ ମ୍ୟାଥ ପାର୍କ ର ବ୍ୟବସ୍ଥା ତା ସାଙ୍ଗକୁ ସମ୍ପୂର୍ଣ୍ଣ ଲଞ୍ଚ ଏବଂ ଡିନର ର ସୁବିଧା । ଯଦି ଆପଣ ଏଠାରେ ରାତ୍ରି ଜାପାନ କରିବାକୁ ଚାଁହୁଛନ୍ତି ତେବେ ଏଠି ଆପଣଙ୍କ ପାଇଁ ରହିଛି ଶୀତ ତାପ ନିୟନ୍ତ୍ରିତ କଟେଜର ସୁବିଧା ଏବଂ ତା ମଧ୍ୟରେ ଆପଣ ଙ୍କ ଇଛା ଅନୁଯାୟୀ ଖାଦ୍ୟ ର ବ୍ୟବସ୍ଥା । ଏବଂ ପର୍ଯ୍ୟଟକଙ୍କ ପାଇଁ ରେସଟୁରାଣ୍ଟ ଓ ବାଂକୁଏଟ ହଲ ମଧ୍ୟ ରହିଛି । ଯାହାକୁ ନେଇ ଏବେ ଖୁବ ମଜା ଉଠାଉଛନ୍ତି ଏଠାକୁ ଆସୁଥିବା ପର୍ଯ୍ୟଟକ ।

Advertisement

Leave a Reply

Your email address will not be published. Required fields are marked *