Pratidin TV

Odisha's Digital News Platform

(ଭିଡିଓ) ଶ୍ରମିକଙ୍କ ଏକମାତ୍ର ସାହାରା ସାଜିବ ଏସ୍‌ଏସ୍ ସ୍ମାର୍ଟ ,ଉଚିତ୍ ମୂଲ୍ୟରେ ମିଳିବ ସବୁ ସାମଗ୍ରୀ

ଯାଜପୁର : ଶ୍ରମିକଙ୍କ ସୁବିଧା ପାଇଁ ଓଡିଶା ଲେବର ଆସୋସେସନ କୋପ୍ରେଟିବ ସୋସାଇଟି ର ପକ୍ଷରୁ ଖୋଲାଯାଇଛି ଏସଏସ ସ୍ମାର୍ଟ ଗ୍ରୋସରୀ ଷ୍ଟୋର । ତେବେ ଯାଜପୁର ଜିଲ୍ଲ ର କୋରେଇ ବ୍ଲକରେ ଏହାର ଏକ ଆଉଟଲେଟ ଖୋଲାଯାଇଛି । ବଜାରରେ ରାସନସାମଗ୍ରୀ ଚଢା ଦରରେ ବିକ୍ରି ହେଉଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକ ମାନେ ଏହାକୁ କିଣିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି । ତେବେ ସେମାନଙ୍କୁ ଏହି ଚଢା ଦରରୁ କିଛି ମାତ୍ରରେ ବଂଚିତ କରିବାକୁ ଓଡିଶା ଲେବର ଆସୋସିଏସନ ଏଭଳି ଯୋଜନା କରିଛି । ତେବେ ଆସୋସିଏସନର ଲକ୍ଷ୍ୟ ରହିଛି ଯେ ଆଗାମୀ ଦିନରେ ଲେବର କିପରି ଏହି ସୁବିଧା ପାଇବେ ସେଥିପାଇଁ ଏହି କାଯ୍ୟକ୍ରମ କୁ ଆଗକୁ ନେବା ପାଇଁ କୋରେଇ ବ୍ଲକ ରେ ଏକ ଏକ ନୂତନ ଆଉଟଲେଟ ଖୋଲାଛି । ବାହାରେ ଗ୍ରୋସରୀ ଉଚ୍ଚା ଦରରେ ବିକ୍ରି ହେଉଥିବା ବେଳେ ଶ୍ରମିକ ମାନେ ଖାଇବାରୁ ବଞ୍ଚିତ ହେଉଛନ୍ତି । ଯଦି ଏସଏସ ସ୍ମାର୍ଟ ରୁ ଲେବର କ୍ରୟ କରିବେ ତେବେ ସୁବିଧାରେ ସମସ୍ତ ସାମଗ୍ରୀ ଉଚିତ ମୁଲ୍ୟରେ ପାଇ ପାରିବେ ବୋଲି କହିଛନ୍ତି ସୋରୂପ ନାୟକ । ତେବେ ଏହି ଭଳି ସୁବିଧା ଆଗାମୀ ଦିନରେ ସମସ୍ତ ଗ୍ରାମାଞ୍ଚଳ ରେ ଖୋଲା ଯିବାକୁ ଲକ୍ଷ୍ୟ ରଖିଛି ଏସଏସ୍ ସ୍ମାର୍ଟ ।

Leave a Reply

Your email address will not be published. Required fields are marked *