ଜଟଣୀ ବିଲରେ ଅଖିମୁଠି ବୁଣିଲେ ସୁର ରାଉତରାୟ ।
1 min readଭୁବନେଶ୍ୱର ; ଆଜି ପବିତ୍ର ଅଖିତୃତୀୟା । ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଚଷାଭାଇ ମାନେ ଆଜିର ଦିନରେ ନିଜର କାମକୁ ବନ୍ଦ କରି ମାଟି ମାକୁ ପୂଜା କରନ୍ତି ଆଉ ବିଲରେ ପ୍ରଥମ ଅଖିମୁଠି ବିଞ୍ଚି ଅନୁକୂଳ ଦେଇଆସନ୍ତି ।
ତେବେ ଆଜର ଦିନରେ ରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି । ଜଟଣୀର ପ୍ରଧାନ ସାହି ପଞ୍ଚାୟତ କଣ୍ଟିଲୋ ଗାଁରେ ଅଖି ମୁଠି ଅନୁକୂଳ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏବଂ ସୁର ରାଉତରାୟ । ସୁର ଧାନ ବୁଣୁଥିବା ବେଳେ ବିଭୂତି ବଳବନ୍ତରାୟ ଲଙ୍ଗଳ ଧରିଥିବା ଦେଖିବାକୁ ମିଳିଛି ।