Pratidin TV

Odisha's Digital News Platform

ମ୍ୟାଚ୍ ବେଳେ ଭାଙ୍ଗିଲା ଷ୍ଟାଡିୟମ୍ ଛାତ , ଖେଳାଳିଙ୍କ ସହ ଆହତ ହେଲେ ଅନେକ ଦର୍ଶକ

1 min read

ନୂଆଦିଲ୍ଲୀ : ନିଜ ନିଜର ମନପସନ୍ଦ ଖେଳ ଦେଖିବାକୁ ଅନେକ ସମୟରେ ଲୋକମାନଙ୍କ ଭିତରେ ଦେଖାଦିଏ ସଂଘର୍ଷ । ନିଜର ପ୍ରିୟ ଖେଳାଳି କିମ୍ବା ନିଜର ପ୍ରିୟ ଖେଳକୁ ଦେଖିବା ପାଇଁ ଖରାତରାରେ ଘଣ୍ଟା ଘଣ୍ଟା ଠିଆ ହୋଇ ରହିଥାନ୍ତି । କିନ୍ତୁ ନିକଟରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖିବା ପରେ ଅନେକ ଖେଳପ୍ରେମୀ ମାନେ ନିଜର ପ୍ରିୟ ଖେଳ ଦେଖିବାକୁ ଷ୍ଟାଡିୟମକୁ ଯିବା ଭୁଲିଯିବେ । ହଁ ଆଜ୍ଞା ଏକ ଖେଳ ଷ୍ଟାଡିୟମରେ ଏଭଳି କିଛି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁଯାୟୀ ଘଟଣାଟି ଦକ୍ଷିଣ ଆମେରିକାର ଚିଲିରେ ଏକ ଫୁଟ୍‌ବଲ ମ୍ୟାଚ୍ ସମୟର । ଗତକାଲି ଚିଲିର ରାଜଧାନୀ ସାଂଟିଆଗୋର କୋଲୋ-କୋଲୋ ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚ୍ ଚାଲିଥିଲା । ଷ୍ଟାଡିୟମଟିର ୩୩ ବର୍ଷ ପୂର୍ତ୍ତି ଉପଲକ୍ଷେ ମ୍ୟାଚର ଆୟୋଜନ କରାଯାଇଥିଲା । ତେବେ ଷ୍ଟାଡିୟମଟିରେ ପ୍ରାୟ ୫୦ ହଜାର ଲୋକ ବସିବାର କ୍ଷମତା ଥିବା ବେଳେ , ସେଠାରେ ଖେଳପ୍ରେମୀମାନଙ୍କ ସଂଖ୍ୟ ୭୭ ହଜାରରେ ପହଞ୍ଚିଯାଇଥିଲା । ଅନେକ ଖେଳପ୍ରେମୀ ମାନେ ଷ୍ଟାଡିୟମ ଗ୍ୟାଲେରି ଉପରେ ଠିଆ ହୋଇ ଖୁସିରେ ଡେଇଁବା ସହ ନାଚିଥିଲେ ।

Advertisement

ତେବେ ୩୩ ବର୍ଷ ପୂରୁଣା ଷ୍ଟାଡିୟମଟି ଅତ୍ୟାଧିକ ଲୋକଭାର ସମ୍ଭାଳି ନପାରି ହଠାତ୍ ଭୁଷୁଡି ପଡିଥିଲା । ଏଥିରେ ଦର୍ଶକଙ୍କ ସହ କୋଲୋ-କୋଲୋ ଖେଳାଳି ମଧ୍ୟ ସେହି ଗ୍ୟାଲେରୀରେ ଉପସ୍ଥିତ ଥିଲେ । ଗ୍ୟାଲେରିଟି ଭୁଷୁଡିବା ଫଳରେ ଦର୍ଶକଙ୍କ ସହ ଅନେକ ଖେଳାଳି ମଧ୍ୟ ଗୁରୁତର ଆହତ ହୋଇପଡିଛନ୍ତି । ଗ୍ୟାଲେରିଟି ଭୂସୁଡିବା ଫଳରେ ଅନେକ ଲୋକ ଚିତ୍କାର କରି ଭୟରେ ଇଆଡେ ସିଆଡେ ଦୈଡିବା ଫଳରେ ଦଳାଚକଟାରେ ମଦ୍ୟ ।ନେକ ଲୋକ ଆହତ ହୋଇଥିବା ଜଣାପଡିଛି । ତେବେ ମ୍ୟାଚ୍ ମଝିରେ ହିଁ ଏଭଳି ଅଭାବନୀୟ ଘଟଣା ଦେଖାଦେଇଥିଲା । ଫଳରେ ମ୍ୟାଚ୍‌ଟିକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା । ଏବଂ ଆହତ ହୋଇଥିବା ଖେଳାଳି ଏବଂ ଦର୍ଶକମାନଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *