Pratidin TV

Odisha's Digital News Platform

ଜନସଭା ସମୟରେ ଭାଙ୍ଗି ପଡିଲା ମଞ୍ଚ, ଅଳ୍ପକେ ବର୍ତ୍ତୀଲେ ରାହୁଲ ଗାନ୍ଧୀ ..

ବର୍ତ୍ତମାନ ଭାରତରେ ନିର୍ବାଚନ ଚାଲିଛି । ନିର୍ବାଚନ ଲାଗି ଜୋରଦାର ପ୍ରଚାର ମଧ୍ୟ ଚାଲିଛି । ହେବିୱେଟ ମାନେ ବିଭିନ୍ନ ଜାଗାରେ ନିର୍ବାଚନ ରାଲି କରି ପ୍ରଚାର କରୁଛନ୍ତି  । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏମିତି ଘଟଣା ଯାହାକୁ ଦେଖି ସମସ୍ତଙ୍କର ହୋସ ଉଡିଯାଇଛି । ପାଟାନାର ପାଲିଗଞ୍ଜରେ ରାହୁଲ ଗାନ୍ଧୀଙ୍କ ସାଧାରଣ ସଭା ସମୟରେ ହଠାତ ମଞ୍ଚ ଭାଙ୍ଗିଯାଇଛି  । ଏହି ଘଟଣା ସମୟରେ ରାହୁଲ ଗାନ୍ଧୀ ଇଣ୍ଡିଆ ମିଳିତ ଦଳର ନେତାଙ୍କ ସହ ମଞ୍ଚରେ ଥିଲେ। ଠିକ ସମୟରେ  ଆରଜେଡି ପ୍ରାର୍ଥୀ ମିସା ଭାରତୀ ଏବଂ ତାଙ୍କ ଅଙ୍ଗରକ୍ଷୀମାନେ ଠିକ ସମୟରେ ରାହୁଲଙ୍କୁ ସମ୍ଭାଳି ନେଇଥିଲେ।

ଏହା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଠିକ୍‌ ଅଛନ୍ତି ବୋଲି । ତେବେ ସେହି ସଭାରେ ରାହୁଲ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ ଆମେ ପୂର୍ବରୁ ମନରେଗା ଅଧୀନରେ ଚାକିରି ଦେଇଥିଲୁ । ବର୍ତ୍ତମାନ ସ୍ନାତକୋତ୍ତର ପାସ କରିଥିବା ଯୁବକମାନଙ୍କ ପାଇଁ ଆମେ ପ୍ରଥମ ଚାକିରି ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ କରିଛୁ। ଏହା ସରକାରୀ କଲେଜ, ବିଶ୍ୱବିଦ୍ୟାଳୟ, ଡାକ୍ତରଖାନା, ସରକାରୀ କାର୍ଯ୍ୟରେ ଚାକିରି ଯୋଗାଇବ । ମାସକୁ ଆଠ ହଜାର ଟଙ୍କା ଏବଂ ବର୍ଷକୁ ଏକ ଲକ୍ଷ ଟଙ୍କା ନଷ୍ଟ ହୋଇଯିବ। ତାସହ ରାହୁଲ ଦାବି କରିଛନ୍ତି ଯେ  ବିହାର ଏବଂ ଉତ୍ତରପ୍ରଦେଶରେ ଇଣ୍ଡିଆ ମିଳିତ ମଞ୍ଚର ଝଡ଼ ଆସୁଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯାଉନାହାଁନ୍ତି। ଏହା ଆପଣ ମାନେ ମନେ ରଖନ୍ତୁ ।

Leave a Reply

Your email address will not be published. Required fields are marked *