ପାରାଦୀପ ନିର୍ବାଚନ ମଣ୍ଡଳୀରେ ଗୀତାଞ୍ଜଳୀଙ୍କ ପାଇଁ ପ୍ରଚାରରେ ସାମିଲ ହେଲେ ଏଲିନା
1 min readବିଜେଡ଼ି ପକ୍ଷରୁ ଦମଦାର ପ୍ରଚାର କରାଯାଇଛି। ଏହି ପ୍ରଚାରରେ ସାମିଲ ହୋଇଛନ୍ତି ବିଜେଡ଼ି ଷ୍ଟାର ପ୍ରଚାରକ ଏଲିନା। ପାରାଦୀପ ପୌରାଞ୍ଚଳର ୱାର୍ଡ଼ ନମ୍ବର ୨,୩ ଓ ୪ରେ ଜୋରଦାର ପ୍ରଚାର କରାଯାଇଛି। ୱାର୍ଡ଼ ନମ୍ବର ୪ ଓ ୨ ରେ ବିଜେଡ଼ି ପକ୍ଷରୁ ସଚେତନତା ସଭା କରାଯାଇଛି। ପୌରାଞ୍ଚଳର ଶୁଖୁଆଖଳା, ରାଇସମିଲ, ଜର୍ଦ୍ଦାରିପଡା, ଲକପଡ଼ା, ଉଦୟବଟ ଆଦି ସ୍ଥାନରେ ଜୋରଦାର ପ୍ରଚାର ଓ ପଦଯାତ୍ରା କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଫଳରେ ସନ୍ଧ୍ୟାରେ ପଦଯାତ୍ରା ଆରମ୍ଭ ହୋଇଥଲା। ବିଜେଡି ପ୍ରାର୍ଥୀଙ୍କୁ ପ୍ରବଳ ଜନ ସମର୍ଥନ ମିଳିଥିଲା ଆଜିର ପଦଯାତ୍ରାରେ। ସାଂସଦ ଓ ବିଧାୟିକା ପ୍ରାର୍ଥୀ ଙ୍କ ପାଇଁ ଯୋଡି ଶଙ୍ଖ ରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ପ୍ରଚାର କରିବା ସହ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ ବିଜେଡିର କର୍ମୀ ।
ଏହି ପ୍ରଚାରରେ ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ପୌରାଧ୍ୟକ୍ଷ ତଥା ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସବିତା ମହାପାତ୍ର, ବିଜେଡି ଜିଲ୍ଲା ଉପ ସଭାପତି ଜ୍ୟୋତିକାନ୍ତ ପରିଡା, ବିଜେଡିର ଷ୍ଟାର ପ୍ରଚାରକ ତଥା ଫିଲ୍ମ ଷ୍ଟାର ଏଲିନା ଦାସ, ପୌରପରିଷଦର ଉପାଧ୍ୟକ୍ଷା ଛବିଲତା ରାଉତଙ୍କ ସମେତ ବହୁ ନେତା ଓ କର୍ମୀ ପଦଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ପାରାଦ୍ଵୀପ ଗଡ ପଞ୍ଚାୟତ ରେ ମହିଳା ବିଜେଡି ପକ୍ଷରୁ ଘରକୁ ଘର ବୁଲି ପ୍ରଚାର କରାଯିବା ସହିତ ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ଓ ସାସଂଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ଲୋକନାଥଙ୍କ ମନ୍ଦିର ନିକଟରୁ ରାଲି ବାହାରି ପାରାଦ୍ଵୀପ ଗଡ ପଞ୍ଚାୟତ ପରିକ୍ରମା କରିଥିଲା। ସମିତି ସଭ୍ଯ ଅରବିନ୍ଦା ତରାଇ ଙ୍କ ନେତୃତ୍ବ ରେ ଆୟୋଜିତ ଏହି ରାଲିରେ ପଞ୍ଚାୟତ ର ଶତାଧିକ ମହିଳା ଯୋଗ ଦେଇ ଘରକୁ ଘର ବୁଲି ବିଜେଡି ର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।