Pratidin TV

Odisha's Digital News Platform

ପୁଣି ବାଜିମାତ କଲା Star plus ର ଲୋକପ୍ରିୟ ଶୋ ଅନୁପମା , ପଛରେ ପକାଇଲା ଏହି ସବୁ ହିଟ୍ ସିରିଏଲକୁ

1 min read

ନୂଆଦିଲ୍ଲୀ : ପୁଣି ବାଜିମାରିଲା ଷ୍ଟାର ପ୍ଲସ୍‌ର ଲୋକପ୍ରିୟ ସିରିଏଲ୍ ଅନୁପମା । ଏକ ଘରୋଇ ସ୍ତ୍ରୀ/ହାଉସ୍ ୱାଇଫ୍ ର ଜୀବନକୁ ନେଇ ୨୦୨୦ ଜୁଲାଇ ୧୩ ରେ ଆରମ୍ଭ ହୋଇଥିଲା ଅନୁପମା ସିରିଏଲ୍ । ବଲିଉଡ୍‌ର ଅନେକ ଫିଲ୍ମ ସହ ଅନେକ ପୁରୁଣା ସିରିଏଲ ଅଭିନୟ କରିଥିବା ରୁପା ଗାଙ୍ଗୁଲିଙ୍କୁ ମୁଖ୍ୟ ଚରିତ୍ର ଅନୁପମା ରୋଲ ଦିଆଯାଇଥିଲା । ଯାହାକୁ ସେ ଖୁବ୍ ଉତ୍ସାହର ସହ ଆପଣେଇ ପସିଯାଇଥିଲେ ପୁରା ଚରିତ୍ର ଭିତରେ । ତାଙ୍କର ସେଇ ପରିଶ୍ରମର ଫଳ ସ୍ୱରୂପ ସିରିଏଲଟି ମାତ୍ର କିଛି ବର୍ଷ ଭିତରେ ଷ୍ଟାର ରେଟିଂର ଟପ୍ ୱାନ ଲିଷ୍ଟରେ ରହିଛି । ଜଣେ କମ୍ ପଢି ଘରଲୋକଙ୍କ ଇଛାରେ ଖୁସିରେ ଖୁସିରେ ବାହହେଇଯାଉଛି ଜଣେ ଅଚିହ୍ନା ଲୋକକୁ । ତାପରେ ଆପଣେଇ ନଉଛି ତାପରିବାରକୁ , ଘରର ସବୁ ପରିସ୍ଥିତିରେ ଜଣେ ପରଫେକ୍ଟ ବହୁ ହୋଇ ସବୁ ସମ୍ଭଳୁଥିବା ବେଳେ ମଧ୍ୟ ତାକୁ କେବେ ମିଳିପାରିନି ସେତିକି ଭଲପାଇବା ଆଉ ସମ୍ମାନ ।

top-1

ତେବେ ସିରିଏଲଟି ଜଣେ ହାଉସ ୱାଇଫ୍ ର କାହାଣୀ ଉପରେ ପର୍ଯ୍ୟାବେସିତ ।ଯେଉଁଥିରେ ଜଣେ ନାରୀ ତାର ଅଧାରୁ ଅଧିକ ଜୀବନ ଉତ୍ସଗ କରିଦେଇଛି ତା ପରିବାର ପ୍ରତି । କିନ୍ତୁ ବଦଳରେ ତାକୁ ମିଳୁଛି କଣ ଛଳନା,ଧୋକା,ଅସମ୍ମାନ । ଏଭଳି ମେଲୋଡ୍ରାମାକୁ ନେଇ ୨ ବର୍ଷଧରି ଲୋକମାନଙ୍କ ଭଲପାଇବା ଜିଣିପାରିଥିବା ଏହି ପାରିବାରିକ ସିରିଏଲ ଅନୁପମା । ଷ୍ଟାରପ୍ଲସର ସାପ୍ତାହିକ ଶୋ ହିସାବରେ ଅନେକ ସିରିଏଲ ମାନଙ୍କ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ବାଜି ମାରିନେଇଛି ଅନୁପମା । ଏହା କେବଳ ନିଜର ଭିୟୁୟର୍ସ ମାନଙ୍କ ସଂଖ୍ୟକୁ ବଢାଇନାହିଁ ତାସହ ୨.୮ ରେଟିଂରେ ଥିବା ଏହି ଶୋଟି ବର୍ତ୍ତମାନ ୩.୧ ରେଟିଂ ଅତିକ୍ରମ କରି ୟୁନୋ ପୋଜିସନ ରେ ରହିଛି । ସେହିଭଳି ଅନୁପମାର ନିର୍ଦ୍ଦେଶକ ରୋମେଶ କାଲରା ଆଶା ରଖି କହିଛନ୍ତି ଯେ ଆଗାମୀ ସପ୍ତାହକୁ ଆମର ଏହି ଶୋ ଟି ୩.୫ ରେଟିଂ କ୍ରସ କରିବ । ଏହି ସିରିଏଲର ଟିଆରପି ବର୍ତ୍ତମାନ ସବୁଠୁ ହାଇ ଥିବା ଜଣାପଡିଛି ।

Advertisement
top-2

ସେହିଭଳି ଅନ୍ୟପଟେ ଷ୍ଟାରପ୍ଲସ୍‌ର ଆଉ ଏକ ଲୋକପ୍ରିୟ ଶୋ ଗୁମ୍ ହେ କିସିକେ ପ୍ୟାର୍ ମେ ମଧ୍ୟ ଖୁବ୍ ଆଗରେ ରହିଛି । ଏହି ଶୋଟି top-5 ସିରିଏଲ ଭିତରେ ନିଜର ସ୍ଥାନ ବନେଇପାରିଛି । ଅନୁପମା ଟପ୍‌-୧ ରେ ଥିବା ବେଳେ , ଗୁମ୍ ହେ କିସିକେ ପ୍ୟାର୍ ମେ top-2 ରେ ରହିଛି । ଏହି ସିରିଏଲର ଟିଆରପି ରେଟିଂ ୨.୯ ରହିଛି ।

ତେବେ ଇମଲି ସିରିଏଲ ମଧ୍ୟ top-3 ରେ ରହିଛି । ଏହି ସିରିଏଲର ପ୍ରଶଂସକ ମଧ୍ୟ ଖୁବ୍ ଅଧିକ । ଏକ ଗାଉଁଲି ଝିଅର କାହାଣି ଉପରେ ଆଧାରିତ ସିରିଏଲଟିକୁ ଦର୍ଶକମାନେ ଖୁବ୍ ଭଲପାଇବା ଦେଇଛନ୍ତି ।
ସେହିଭଳି ୟେ ରିସ୍ତା କ୍ୟା କେହେଲାତା ହେ ର ନୂଆ ଯୋଡି ମଧ୍ୟ କାହାଠୁ କମ୍ ନୁହଁନ୍ତି । ସିରିଏଲର ରୋମାନ୍ସ ଏବଂ ଫ୍ୟାମିଲି ଡ୍ରାମା ମଧ୍ୟ ଦର୍ଶକଙ୍କୁ ଖୁବ୍ ଇପ୍ରେସ କରିପାରିଛି । ଏହି ସିରିଏଲଟି top-4 ରେ ରହିଛି । ଏହି ସିରିଏଲଟିର ରେଟିଂ ୨.୧ ରହିଛି ।

top-4


ତେବେ ସବାଶେଷରେ top-5 ରହିଛି ଲୋକମାନଙ୍କ ଅତି ପ୍ରିୟ ସିରିଏଲ କୁଣ୍ଡଲି ଭାଗ୍ୟ । ଏହି ସିରିଏଲଟି ଆଗରୁ ଟପ୍ ୧ ଲିଷ୍ଟରେ ରହୁଥିବା ବେଳେ ବର୍ତ୍ତମାନ ଦର୍ଶକ ଏହି ସିରିଏଲଟିରୁ ନିଜର ଇଣ୍ଟରେଷ୍ଟ କମାଇ ଦେଇଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ଏହି ସିରିଏଲର ଲିଡ୍ ଆକ୍ଟର ଡି କରଣ ଲୁଥରା (ଧିରଜ୍‌)ଶୋଟିକୁ ଛାଡିବା ପରେ ଲୋକ ଏହି ସିରିଏଲ ପ୍ରତି ରୁଚି କମାଇ ଦେଇଛନ୍ତି । ତେବେ ଧିରଜ୍‌ଙ୍କ ଫ୍ୟାନ୍ସ ମାନଙ୍କୁ କହି ରଖଛୁ ଯେ ଆଗକୁ ଦୁଇ ଦୁଇଟି ଶୋ ରେ ନଜର ଆସିବେ ଧିରଜ୍ । ଝଲକ ଦିଖଲାଜା ସିଜିନ୍ -୧୦ ସହ କଲର୍ସର ଆଉ ଏକ ସିରିଏଲ୍ ସେରଦିଲ୍ ସେରଗିଲ୍ ରେ ନଜର ଆସିବେ ଆଗକୁ ।

top-5

Leave a Reply

Your email address will not be published. Required fields are marked *