Pratidin TV

Odisha's Digital News Platform

ସକାଳୁ ଉଠି କରନ୍ତୁ ଏହି ୪ ଟି କାମ ଭଲରେ କଟିବ ଆପଣଙ୍କ ଦିନ ,ସଦଗୁରୁଙ୍କ ଅନୁଯାୟୀ ଏହିଭଳି କରନ୍ତୁ ଦିନର ଆରମ୍ଭ

1 min read

ସକାଳୁ ଉଠିବା ପାଇଁ ହେଲେ ଆମକୁ ରାତିରେ ଭଲ ଭାବରେ ଶୋଇବା ଆବଶ୍ୟକ । ଏହାଦ୍ୱାରା ଆମ ଶରୀରକୁ ଶକ୍ତି ମିଳି ଥାଏ ଏବଂ ଦିନ ତମାମ୍ କାମ କରିବା ପାଇଁ ମଧ୍ୟ ଇଛା ହୋଇଥାଏ । ଆମେ ସାଧାରଣତଃ ଆମର ଦୈନନ୍ଦିନ ଜୀବନରେ ଲୋକମାନଙ୍କୁ ଟିକେ ଟିକେ କଥାରେ ଚିଡ୍ ଚିଡ୍ ହେଉଥିବାର ଦେଖିବାକୁ ପାଇବା । ସେମାନେ ଏମିତି ହେବା ପଛରେ ଏକ ବିଶେଷ କାରଣ ଅଛି । ଯାହାକି ଆଜିକାର ପ୍ରତ୍ୟକ ଯୁବପିଢିଙ୍କ ଠାରେ ଦେଖିବାକୁ ମିଳିଥାଏ । ଆଜି କାଲିର ଯୁବ ପିଢି ଅନେକ ଖରାପ ଅଭ୍ୟାସର ଶିକାର ହେଉଛନ୍ତି । ଯାହାମଧ୍ୟରୁ ଏକ ବିଶେଷ ଅଭ୍ୟାସ ହେଲା ରାତି ସମୟରେ ବିଳମ୍ବରେ ଶୋଇ ସକାଳୁ ମଧ୍ୟ ବିଳମ୍ବରେ ଉଠିବା । ଯାହାଦ୍ୱାରା ଅନେକ ଲୋକ ଦିନ ସମୟରେ ଥକ୍କା ଅନୁଭବ କରନ୍ତି । ଏବଂ ତାଙ୍କରେ କୌଣସି କାମରେ ମନ ମଧ୍ୟ ଲାଗିନଥାଏ ।

ତେବେ ଚାଲନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ ଯାହାଦ୍ୱାରା ଆପଣମାନେ ଅତି ସହଜରେ ବିନା ଆର୍ଲାରାମ୍ ରେ ସକାଳୁ ଶ୍ରୀଘ୍ର ଉଠିପାରିବେ ।

ଆପଣମାନେ ଯେଉଁ ମାନସିକତା ନେଇ ସକାଳୁ ଉଠନ୍ତି , ତାହା ଆପଣଙ୍କ ପୁରା ଦିନ ଏବଂ ଭବିଷ୍ୟାତ କିଭଳି ହେବା ଧାର୍ଯ୍ୟ କରିଥାଏ । ଯଦି ସକାଳୁ ଆମେ ଦୁଃଖି ମନରେ ଉଠିବା ତେବେ ଦିନ ତମାମ୍ ଆମ ମାନସିକ ସ୍ଥିତି ସେପରି ରହିବ । ସେହିପରି ଯଦି ଆମେ ସକାଳର ଆରମ୍ଭ ଖୁସି ଏବଂ ସକରାତ୍ମକ ଚିନ୍ତାଧାରା ଦ୍ୱାରା ଆରମ୍ଭ କରିବା ଆମ ପୁରା ଦିନ ବା ଆଗକୁ ଭବିଷ୍ୟାତ ସେଭଳି ରହିବା ।

ଆଜିକାଲିର ଯୁବ ପିଢି ନିଜେ ଏକ ସମୟରେ ଉଠିବାର ଅଭ୍ୟାସ କରିନଥାଏ ବରଂ ମୋବାଇଲ ବା ଘଡିରେ ଆର୍ଲାରାମ୍ ଲଗାଇ ଉଠିଥାଏ । ଯେଉଁଟାକି ଆମ ସ୍ୱାସ୍ଥ ପାଇଁ ହାନିକାରିକ ବୋଲି ପ୍ରମାଣିତ ହୋଇଛି । ଆପଣମାନେ ଦିନ ତମାମ୍ ଯେଉଁଭଳି ଭୋଜନ କରିଥାନ୍ତିି ,ଯେଉଁଭଳି ବିଚାରଶକ୍ତି ରଖନ୍ତି ତାହା ସ୍ଥିର କରେ କି ଆପଣଙ୍କୁ କେତେ ପରିମାଣରେ ନିଦ ଦରକାର । ଆପଣଙ୍କୁ ଯେତିକି ପରିମାଣର ନିଦ ଦରକାର ହୁଏ ସେତିକି ସମୟ ଶୋଇଯିବା ଉଚିତ୍ ଯାହାଫଳରେ ଆପଣ ସକାଳ ସମୟରେ ଶ୍ରୀଘ୍ର ଉଠିପାରିବେ । ଏବଂ ସୁସ୍ଥତାର ସହ ସମସ୍ତ କାର୍ଯୟକରିପାରିବେ । ଯଦି ଆପଣଙ୍କୁ ଲାଗୁଛିକି ଆପଣ ବିନା ଆର୍ଲାରାମ୍‌ରେ ସକାଲୁ ଉଠିପାରିବେ ନାହିଁ । ତାହ ଆପଣଙ୍କର ଏକ ଭୁଲ ଚିନ୍ତାଧାରା , ଆପଣ ସକାଳୁ ନିଜେ ନିଜେ ବିନା ଆର୍ଲାରାମ ଦ୍ୱାରା ମଧ୍ୟ ଉଠିପାରିବେ । ଏଥିପାଇଁ ଆପଣଙ୍କୁ ଆରୋଗ୍ୟ ମନ୍ତ ଜପ କରିବା କଥା । ସେହିଭଳି ସଦଗୁରୁଙ୍କ କହିବା ଅନୁଯାୟୀ ସକାଳୁ ଏହିସବୁ କାମକଲେ , ଅପଣଙ୍କ ଦିନଟି ଖୁବ୍ ଭଲରେ କଟେ ।

୧-ଡାହାଣ ପଟ କଡ ମାଡି ଉଠିବା
ସାଧାରଣତ ଆମ ଶରରର ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗଭିତରୁ ଆମ ହୃଦୟ ଏକ ବିଶେଷ ଅଙ୍ଗ ।ଯାହା ଆମ ବ୍ଲଡ ସରକ୍ୟୁଲେସନ୍‌କୁ ପମ୍‌ିଙ୍ଗ ଲରିଥାଏ । ଯାହାଦ୍ୱାରା ଆମ ପୁରା ଶରୀରରେ ବିସୁଦ୍ଧ ରକ୍ତ ଚଳପ୍ରଚଳ କରିଥାଏ । ଏହା ଆମର ଶରୀରର ବାମ ପାଶ୍ୱରେ ରହିଥାଏ । କିନ୍ତୁ ଆମକୁ ସକାଳୁ ଉଠିବା ସମୟରେ ଡାହାଣ ପଟ ମାଡି ଉଠିବା ଦରକାର । କାରଣ ସଦଗୁରୁଙ୍କ କହିବା ଅନୁଯାୟୀ ବାମ ପଟ କଡ ମାଡି ଉଠିବା ଦ୍ୱାରା ଆମର ଜୀବନରେ ଖରାପ ଜିନିଷ ହେବାକୁ ଲାଗିଥାଏ । ଏଠାରେ ଖରାପ ଜିନିଷର ଅର୍ଥ ହେଉଛି ଯେତେବେଳେ ଆପଣ ବିଶ୍ରାମ ସ୍ଥିତିରେ ଥାନ୍ତି ସେତେବେଳେ ଆପଣଙ୍କ ଶରୀର ମଧ୍ୟ ଏହି ସ୍ଥିତିରେ ଥାଏ । ଏହି ସମୟରେ ଆମ ଶରୀରର ମେଟାବୋଲିକ୍ ପକ୍ରିୟା ଧିର ଥାଏ । କିନ୍ତୁ ଯେତେବେଳେ ଆମେ ସକାଳୁ ଉଠିଯାଆନ୍ତି । ସେତେବେଳେ ଆମ ଭିତରେ ଏକ ଶକ୍ତି ବିସ୍ତର ହୁଏ ।

୨-ଦୁଇ ହାତକୁ ରଗଡିବା
ପ୍ରଥମେ ସକାଳୁ ଉଠିବା ମାତ୍ରେ ଆମମାନଙ୍କୁ ଆମର ଦୁଇ ପାପୁଲୁ ବା ହାତକୁ ଘଷିବା ବା ରଗଡିବା ଦ୍ୱାରା ନିଦ ଶ୍ରୀଘ୍ର ଭାଙ୍ଗିଯାଇଥାଏ । ଏଥିପାଇଁ ସଦଗୁରୁ କହିଛନ୍ତି ପ୍ରଥମେ ଆମେ ଉଠିବା ମାତ୍ରେହିଂ ଦୁଇ ହାତକୁ ମଳ ଆଖିରେ ମାରିବା ଦରକାର ଯାହାଦ୍ୱାରା ଆମ ନିଦ ମଧ୍ୟ ଶ୍ରୀଘ୍ର ଭାଙ୍ଗିଯାଇଥାଏ । ଏହାର କରିବା ଦ୍ୱାରା ଆମ ଶରୀରର ପୂର୍ବର ଆଖି ଏବଂ ଆମ ମସ୍ତିକ ସଜାଗ ହୋଇ୍‌ଯାଏ । ଯାହାଦ୍ୱାରା ଆମେ ଦିନମାନ ସୁସ୍ଥ ରହିଥାନ୍ତି । ଏବଂ ଅନେକକଥା ଭାବିପାରନ୍ତି ।

୩- ହସିକି ସକାଳୁ ଉଠିବା
ଏକ ଋଢିରେ ଅଛି ଆଜି ମଲେ କାଲିକି ଦି ଦିନ । ସେହିଭଳି ସଦଗୁରୁଙ୍କ କହିବା ଅନୁ୍‌ାୟୀ ମଣିଷ ମାନଙ୍କୁ ସକାଳୁ ହସିକି ଉଠିବା ଦରକାର । କାରଣ ଆମେ ସକାଳୁ ଦିନର ଆରମ୍ଭ ଯେପରି କରିବା ଦିନଟି ସେହିପରି ହିଁ କଟିବ । ସାରା ବିଶ୍ୱରେ ଅନେକ ଲୋକ ରାତିରେ ଶୋଇ ଆଉ ସକାଳୁ ଉଠନ୍ତିନି । ଏହାକୁ ପ୍ରାକୃତିକ ମୃତ୍ୟୁ କୁହାଯାଏ । ଏହି ପ୍ରକାରର ମୃତ୍ୟୁ କାହା ସାଙ୍ଗରେ ବି ହୋଇପାରେ ସେଥିପାଇଁ ଆମମାନଙ୍କୁ ପ୍ରତିଟି ଦିନ ହସିକି ଆରମ୍ଭ କରିବା ଦରକାର । କାରଣ ଏହି ସଂସାରରେ କେହିବି ଜାଣିନାହାନ୍ତି କାହାର ମୃତ୍ୟୁ କେଉଁ ସମୟରେ ଆସିବ । ସେଥିପାଇଁ ପ୍ରତ୍ୟକ ଦିନ ସକାଳୁ ଉଠି ନିଜେ ହସିବା ସହ ଅନ୍ୟମାନଙ୍କୁ ହସାନ୍ତୁ ।

୪- ସକାଳୁ ଉଠି ଏହି ତାପମାତ୍ରା ପାଣିରେ ମୁହଁ ଧୋଇବା
ସକାଳୁ ଉଠି ଆମକୁ ପ୍ରତମେ ମୁହଁ ଧୋଇବା ଦରକାର । ଏହାସହ ଆମ ଆଖିକି ମଧ୍ୟ ଭଲ ଭାବରେ ଧୋଇବା ଦରକାର କାରଣ ଆମ ଆଖି ଏବଂ ମୁହଁ ପାଇଂ ଏହା ଏକ ପ୍ରକାରର ଭଲ ଏକ୍ସରସାଇଜ୍ ଅଟେ । ସକାଳୁ ଧୋଉଥିବା ପାଣିରେ ବିଶେଷ ଭାବେ ଧ୍ୟାନ ଦେବେ ଯାହା ନା ଅଧିକ ଥଣ୍ଡା ନା ଅଧିକ ଗରମ ହୋଇଥିବ । ଆପଣଙ୍କ ଆଖପାଖ ବା ଘର ଭିତରେ ଅନୁଭବ ହେଉଥିବା ତାପମାତ୍ରା ପରିମାଣର ପାଣି ରହିବା ଉଚିତ୍ ।

Leave a Reply

Your email address will not be published. Required fields are marked *