Pratidin TV

Odisha's Digital News Platform

ରାଜ୍ୟ କ୍ୟାବିନେଟ ବୈଠକ ଶେଷ ; ୫ ଟି ପ୍ରସ୍ତାବ ରେ ବାଜିଲା ମୋହର , ସର୍ବନିମ୍ନ ମଜୁରୀ ୪୫୦ କୁ ବୃଦ୍ଧି ..

1 min read

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବାରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ଦୀର୍ଘ ୩ ଘଣ୍ଟାରେ ଏହି ବୈଠକ ଶେଷ ହୋଇଛି । ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

୧.ରାଜ୍ୟରେ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇଛି । ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ମୁଖ୍ୟ କୁଶଳୀର ଦୈନିକ ମଜୁରୀ ୩୫୨ ଥିଲା ତାହା ୪୫୦ ଟଙ୍କା କୁ ବୃଦ୍ଧି ପାଇଁ ନିଷ୍ପତ୍ତି ।

କୁଶଳୀ ୫୦୦ ଟଙ୍କା କୁ ବୃଦ୍ଧି ।

ମୁଖ୍ୟ କୁଶଳୀ ୪୪୨ ଥିଲା ତାହା ୫୦୦ କୁ ବୃଦ୍ଧି ।

ଉଚ୍ଚ କୁଶଳୀ ୫୦୨ ଥିଲା ୬୦୦ କୁ ବୃଦ୍ଧି ।

୨.ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତା କୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ ୨୦୦ କୋଟି ରଖାଯାଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଦ୍ଦି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି । ଗାଇଡଲାଇନ ପାଇଁ ବିଭାଗ କୁ ନିର୍ଦ୍ଧେଶ । ଏକ୍ସପଟ ଙ୍କୁ ନେଇ କମିଟି ଗଠନ ହେବ ।

.ଗଣ ଶିକ୍ଷା ବିଭାଗ ର ରାଜ୍ୟ ରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଵିଜ୍ଞାପନ ପ୍ରକାଶ ହୋଇଥିଲା । ଉଚ୍ଚ ନ୍ୟାଳୟ ନିର୍ଦ୍ଧେଶ ଦେଇଥିଲେ । ଓଡ଼ିଶା ବିଦ୍ୟାଳୟ ୧୮ ହଜାର ୭୮୮ ପ୍ରାଥୀ ଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଧେଶ ।

.ଉଠା ଜଳ ସେଚନ ବିଭାଗ ପ୍ରକଳ୍ପ ର ୨ହଜାର ୬୫ ଗୋଟି ଅଚଳ ପ୍ରକଳ୍ପ କୁ ସଚଳ ହେବ । ୫ ବର୍ଷ ଭିତରେ ୧ ହଜାର ୪୪ କୋଟି ୮୪ ଲକ୍ଷ ବିନିଯୋଗ ହେବ ।

.ପିଏମ କିସାନ ରେ ବାଦ ପଡ଼ିଥିବା ହିତାଧିକାରୀ ଙ୍କୁ ମାର୍ଗଦର୍ଶି ଅନୁଯାଇ ହେବେ ସାମିଲ । ସମସ୍ତ କୃଷକ ପରିବାର ହେବେ ପିଏମ କିସାନ ରେ ସାମିଲ । S, M, L ଚାଷୀ ଓ ସହରାଞ୍ଚଳ ରେ ରହୁଥିବା ଚାଷୀ ଯୋଗ୍ୟ ବିବେଚିତ କୃଷକ ପିଏମ କିସାନ ରେ ସାମିଲ ହେବେ । ୫ ଲକ୍ଷ ରୁ ୬ ଲକ୍ଷ ପର୍ଯ୍ୟନ୍ତ ଚାଷୀ ଯୋଗ୍ୟ ଥିଲେ । କାଳିଆ ଯୋଜନା ଅନୁଯାଇ ଚାଷୀ ବଞ୍ଚିତ ହେଉଥିଲେ ତାହା ଉଠିଲା । ୬ ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ । ଆଗାମୀ କିସ୍ତି ରେ ପାଇବେ

Leave a Reply

Your email address will not be published. Required fields are marked *