Pratidin TV

Odisha's Digital News Platform

ଆଜିଠୁ ସ୍କୁଲ-କଲେଜ୍ ଆଖପାଖରେ କଡା ଚେକିଂ ; ଗାଡି ଚଳାଇପାରିବେନି ନାବାଳକ-ନାବାଳିକା ..

1 min read

ଭୁବନେଶ୍ୱର : ଆଜିଠୁ ସ୍କୁଲ-କଲେଜ୍ ଆଖପାଖରେ ଆରମ୍ଭ ହୋଇଛି କଡାକଡି ଚେକିଂ । ରାଜ୍ୟରେ ଆଉ ଗାଡି ଚଳାଇପାରିବେନି ନାବାଳକ ଓ ନାବାଳିକା ମାନେ । ଯଦି ନିୟମ ନମାନ୍ତି ତେବେ ଭରିବାକୁ ପଡିବ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ । ଯଦି ପିଲାମାନେ ଗାଡି ଚଳାଉଥିବା ବେଳେ ଧରାପଡିଲେ ତେବେ ଜୋରିମାନା ଗଣିବେ ଗାଡି ମାଲିକ । ସୂଚନାଯୋଗ୍ୟ ଯେ ଆସନ୍ତା ମାସ ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ୱିକ୍ ବା ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହେଉଛି ।

ରାଜ୍ୟରେ ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଭିନ୍ନ ପ୍ରୟାସ । ଏହି ସପ୍ତାହରେ ଯେମିତି ରାଜ୍ୟରେ ସଡକ ସୁର୍ଘଟଣାରେ ଜଣଙ୍କର ବି ମୃତ୍ୟୁ ହେବନି, ସେନେଇ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛି ରାଜ୍ୟ ସଡକ ଓ ପରିବହନ ବିଭାଗ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କୁ ଏସଓପି କିଭଳି ପାଳନ ହେବ ସେନେଇ ଧ୍ୟାନ ଦେବାକୁ ଚିଠି ଲେଖାଯାଇଛି ।

Advertisement

ତେବେ ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲ ମୋହନ ସେଠୀଙ୍କ ସୂଚନା ଅନୁଯାୟୀ ଏଣିକି ଆଉ ଗାଡି ଚଳାଇପାରିବେନି ନାବାଳକ ଓ ନାବାଳିକା ସ୍କୁଲ-କଲେଜ୍ ପିଲା । ମଙ୍ଗଳବାରଠାରୁ ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ । କାଲିଠୁ ଆରମ୍ଭ ହେଉଛି ସ୍ପେସାଲ ଡ୍ରାଇଭ । ଗାଡି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି । ତାସହ ଗାଡିର ରେଜିଷ୍ଟ୍ରେସନ ବାତିଲ ହେବ । ଏମିତିକି ପିଲା ଧରାପଡ଼ିଲେ ଗାଡ଼ିମାଲିକଙ୍କୁ କରାଯିବ କୋର୍ଟ ଚାଲାଣ । ଯେଉଁ ନାବାଳକ ଓ ନାବାଳିକା ଧରାପଡିବେ, ସେମାନଙ୍କ ବାବଦରେ ତଥ୍ୟ ସାରଥୀ ଡାଟାବେସରେ ଏଣ୍ଟ୍ରି ହେବ । ଯାହା ଫଳରେ ଭବିଷ୍ୟତରେ ଟ୍ରାଫିକ୍ ନିୟମ ନମାନିଥିବା ପିଲାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନସ ମିଳିବନି ।

Leave a Reply

Your email address will not be published. Required fields are marked *