Pratidin TV

Odisha's Digital News Platform

ରାଜ୍ୟରୁ ଦୂର ହେବ ଇଞ୍ଜିନୟର୍ସଙ୍କ ବେକାରୀ ସମସ୍ୟା ; ୧୨୭୩ଟି ନୂଆ ଇଞ୍ଜିନିୟରିଂ ପଦବୀକୁ କ୍ୟାବିନେଟ୍ ମଞ୍ଜୁରୀ

1 min read

ଭୁବନେଶ୍ୱର : ବେକାରୀ ବସିବେନି ଯୁବ ଇଞ୍ଜିନୟର୍ସ । ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସରେ ୧୨୭୩ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସରେ କ୍ୟାଡ଼ର ପଦବୀ ସଂଖ୍ୟା ୬୪୨ରୁ ୧୦୧୧କୁ ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସ କ୍ୟାଡ଼ର ପଦବୀ ସଂଖ୍ୟା ୯୪୪ରୁ ୧୮୪୮କୁ ବୃଦ୍ଧି ପାଇଛି ।

କ୍ୟାବିନେଟ୍ ବୈଠକର ନିଷ୍‌ପତ୍ତି ଅନୁଯାୟୀ ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସରେ ସିଧାସଳଖ ୧୬୬ଟି ଆସିଷ୍ଟାଣ୍ଟ ଏକଜ୍ୟୁଟିଭ ଇଞ୍ଜିନିୟର ପଦବୀରେ ନିଯୁକ୍ତି ସମେତ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସରେ ସିଧାସଳଖ ୩୦୯ଟି ଜୁନିୟର ଇଞ୍ଜିନିୟର ନିଯୁକ୍ତି ପାଇପାରିବେ ।

ଏହା ବ୍ୟତୀତ ରାଜ୍ୟର ସରକାରୀ ଉଦ୍ୟୋଗ ଯଥା- ଓଡ଼ିଶା ସେତୁ ଓ ନିର୍ମାଣ ନିଗ, ଇଡକୋ, ବିଡିଏ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ନିଗମ, ଓଡ଼ିଶା ପୁଲିସ ହାଉସିଂବୋର୍ଡ ନିଗମ, ସ୍ମାର୍ଟ ସିଟି ପ୍ରୋଜେକ୍ଟ, ବିଶ୍ୱବିଦ୍ୟାଳୟ , ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦିର ପରିଚାଳନା ନିମନ୍ତେ ଆବଶ୍ୟକୀୟ ବୈଷୟିକ କର୍ମଚାରୀ(ସିଭିଲ୍ ଇଞ୍ଜିନିୟର)ମାନଙ୍କୁ ନିଯୁକ୍ତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *