Pratidin TV

Odisha's Digital News Platform

ବଦଳିଲା ନିଷ୍ପତ୍ତି : ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହୋଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ,୧୮ ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ବଢିବାରେ ଲାଗିଛି । ଏନେଇ ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ ସୂଚନା ଦେଇଥିଲେ ଯେ ଚଳିତ ବର୍ଷ ୭୬ ତମ ସ୍ୱାଧୀନତା ଦିବସର ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରାଯିବ ନାହିଁ ।

କିନ୍ତୁ ଆଜି ପୁଣି ରାଜ୍ୟ ସରକାର ନିଷ୍ପତ୍ତି କୁ ପରିବର୍ତ୍ତନ କରିଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ । ରାଜ୍ୟର ସମସ୍ତ ଶିକ୍ଷା ଅନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ଅବସରରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିପାରିବେ । ଏହା ସହ ଶିକ୍ଷକ –ଶିକ୍ଷୟତ୍ରୀ ଙ୍କ ସହ ସାମିଲ ହୋଇ ସମସ୍ତ ଛାତ୍ରଛାତ୍ରୀ ପତକା ଉôତଳୋନ କରିପାରିବେ ।

Leave a Reply

Your email address will not be published. Required fields are marked *